Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପନିକି ଧରି ରାସ୍ତା ଉଦଘାଟନ କଲେ ଛାତ୍ରଛାତ୍ରୀ, ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଏହା ସତ

by ସଞ୍ଜୟ ସ୍ୱାଇଁ
September 29, 2021
in State
ପନିକି ଧରି ରାସ୍ତା ଉଦଘାଟନ କଲେ ଛାତ୍ରଛାତ୍ରୀ, ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଏହା ସତ
151
VIEWS
Share on FacebookShare on Twitter

କାମାକ୍ଷାନଗର, (ବାଘୁଆବାର୍ତ୍ତା): ପନିକି ଧରି ରାସ୍ତା ଉଦଘାଟନ କଲେ ଛାତ୍ରଛାତ୍ରୀ। ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଏହା ସତ। ତେବେ କାହିଁକି ଉଦଘାଟନ ପାଇଁ ପନିକିର ସହାୟତା ନେଲେ ଏବଂ କେଉଁଠି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବାମ୍ ପଞ୍ଚାୟତର କୀର୍ତ୍ତନପୁର ଗାଁରେ। ଏଠାକାର ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଆଜି ବି ଲୋକମାନେ ନିଜ ମୌଳିକ ସୁବିଧାରୁ ପାଇଁ ସଂଘର୍ଷ କରୁଛନ୍ତି। ଘଞ୍ଚ ଅରଣ୍ୟ ମଧ୍ୟରେ ଥିବା ବାମ୍ ପଞ୍ଚାୟତରେ ଥିବା କୀର୍ତ୍ତନପୁର ଗାଁରେ ପ୍ରାୟ ଦେଢ଼ ଶହରୁ ଊର୍ଦ୍ଧ୍ୱ ପରିବାର ରୁହନ୍ତି। ଗାଁର ଲୋକଙ୍କ ପ୍ରଧାନ ଜୀବିକା ହେଉଛି କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ। ପରିଶ୍ରମ ହିଁ ତାଙ୍କ ପେଟକୁ ଯୋଗାଇଥାଏ ଆହାର। ହେଲେ ସଭ୍ୟତାର ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସତେ ଯେପରି ଆଜିବି ପରାଧୀନତାର ମୂଲକରେ ଜୀବନ ଅତିବାହିତ କରଯାଉଥିବା ମନେ ହୁଏ। ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି କିନ୍ତୁ ତାହା କେବଳ କାଗଜ କଲମ ମଧ୍ୟରେ ସୀମିତ ରହିଯାଇଛି। ଯାହା ଏହି ଗାଁର ରାସ୍ତାରୁ ସ୍ପଷ୍ଟ ଅନୁମେୟ। ବାମ୍, କେରେଜୋଳି ଓ କଣ୍ଟାପାଳ ପଂଚାୟତକୁ ଲାଗି ରହିଛି କୀର୍ତ୍ତନପୁରର ଭଗାମୁଣ୍ଡା ସାହି। ତିନି ପଂଚାୟତର ମଝିରେ ରହିଥିବା ଏହି ଗାଁକୁ ରାସ୍ତା ନାହିଁ କି ପାନୀୟ ଜଳର ସୁବିଧା ବି ନାହିଁ। ଆଜିବି କିଛି ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ଗାଁ ପାଖରେ ଥିବା ଭଗାମୁଣ୍ଡା-ଝାଞ୍ଜିରିବେରେଣା ମୁଖ୍ୟ ରାସ୍ତାଟି ଏବେ ମରଣଜନ୍ତା ପାଲଟିଛି। ଟିକେ ବର୍ଷା ହୋଇଗଲେ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ। ବହୁ କଷ୍ଟରେ କାଦୁ ପିଚିପିଚି ରାସ୍ତାରେ ସେମାନଙ୍କୁ ଯିବାକୁ ପଡିଥାଏ। ଗାଁକୁ ରାସ୍ତା ନଥିବାରୁ ବହୁ କଷ୍ଟରେ କୁନି କୁନି ଶିଶୁମାନେ ବିଦ୍ୟାଳୟକୁ ଯାଇଥାନ୍ତି। କୁନି କାନ୍ଧର ବସ୍ତାନୀ ବୋଝ ଠାରୁ ରାସ୍ତାର କଷ୍ଟ ସେମାନଙ୍କ ପାଇଁ ବାଧକ ସାଜିଛି। ତେଣୁ ଗାଁରେ ରାସ୍ତା ତିଆରି କରିବାକୁ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ। ଆଉ ଏହାକୁ ନିଆରା ପ୍ରୟାସରେ ଉଦଘାଟନ କରିଛନ୍ତି କୁନି କୁନି ଛାତ୍ରଛାତ୍ରୀ। କଲମ ଧରିବା ବୟସରେ ପିଲାମାନେ ପନିକି ଧରି ଫିତା କାଟି ଓ ନଡ଼ିଆ ବାଡେଇ ରାସ୍ତାର ଶିଳାନ୍ୟାସ କରିଛନ୍ତି। କୁନି ଛାତ୍ରଛାତ୍ରୀ କାନ୍ଧରେ ମାଟି ବୋହି ରାସ୍ତା ତିଆରି କରିବା ପାଇଁ ନିଆରା ପ୍ରୟାସ କରିଛନ୍ତି। ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କର ଏହି ବିକାଶର ଚିତ୍ର କେବଳ ଫାଇଲ ମଧ୍ୟରେ ସୀମିତ ହୋଇ ରହିଯାଇଛି। ଲୋକମାନେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଯଥା ପୂର୍ବଂ ତଥା ପର। ବାଧ୍ୟ ହୋଇ ଭାଗ୍ୟକୁ ଆପଣେଇ ନେଇଛନ୍ତି ଲୋକେ। ଏଥିପ୍ରତି ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବେ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି। ପ୍ରତି ପଞ୍ଚାୟତକୁ ବିଭିନ୍ନ ଯୋଜନାରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏଭଳି ନଗ୍ନ ଚିତ୍ର ୭୫ ବର୍ଷ ତଳର ପରାଧୀନତାକୁ ମନେ ପକେଇ ଦେଉଛି। ଲୋକଙ୍କ ମୌଳିକ ସୁବିଧା ସହ ଯାତାୟାତ ଓ ଗମନାଗମନ ପ୍ରତି ସରକାର ପ୍ରାଧାନ୍ୟ ଦେଉଥିବା ସ୍ଥଳେ ଏଠାକାର ଚିତ୍ର କିଛି ଅଲଗା କଥା କହୁଛି। ଏ ନେଇ ସ୍ଥାନୀୟ ସରପଞ୍ଚ ପୁରୁଣା କଥାକୁ ଦୋହରାଇ କହିଛନ୍ତି ଯେ ଏହାର ବ୍ୟବସ୍ଥା କରାଯିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!