Wednesday, May 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏସ୍‌କେଏମ୍ ର କ୍ଲିନ୍ ସ୍ୱିପ୍‌, ୩୨ ଆସନରୁ ୩୧ ଦଖଲ କଲା, ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ

by ସଞ୍ଜୟ ସ୍ୱାଇଁ
June 2, 2024
in Feature News
ଏସ୍‌କେଏମ୍ ର କ୍ଲିନ୍ ସ୍ୱିପ୍‌, ୩୨ ଆସନରୁ ୩୧ ଦଖଲ କଲା, ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ
221
VIEWS
Share on FacebookShare on Twitter

ସିକ୍କିମ୍‌, (ବାଘୁଆବାର୍ତ୍ତା): ସିକ୍କିମ୍‌ ଉପରେ କବ୍‌ଜ କଲା ଏସ୍‌କେଏମ୍‌। ଚମତ୍କାର ବିଜୟ ହାସଲ କରିଛି ସିକ୍କିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା। ଏଠାରେ ଦଳ କ୍ଲିନ୍‌ ସ୍ୱିପ୍‌ କରିଛି। ମୋଟ ୩୨ଟି ଆସନରୁ ୩୧ଟି ଆସନ ଦଖଲ କରିଛି ଏସକେଏମ୍‌। ପୁଣି ଥରେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଇଛି ପ୍ରେମ ସିଂହ ତୋମାଙ୍ଗଙ୍କ ନେତୃତ୍ୱାଧୀନ ଦଳ। ସମସ୍ତଙ୍କୁ ପଛରେ ପକାଇ ତାଙ୍କ ଦଳ ବାଜିମାତ କରିଛି। ମ୍ୟାଜିକ୍ ନମ୍ବର ଠାରୁ ଢ଼େର ଆଗରେ ରହି ସମସ୍ତଙ୍କୁ ଦଳ ଚକିତ କରିଦେଇଛି। ସେହିପରି ଏସ୍‌ଡିଏଫ୍ ଗୋଟିଏ ଆସନରେ ଜିତିଛି। ସେପଟେ ବିଜେପି, କଂଗ୍ରେସ ଓ ସିଟିଜନ ଆକ୍ସନା ପାର୍ଟି-ସିକ୍କିମ ଚଳିତ ବିଧାନସଭା ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତା ହୋଇଛି। ଏଠାରେ ଏହି ତିନି ଦଳ ଖାତା ଖୋଲି ପାରି ନାହାନ୍ତି। ସେପଟେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏସ୍‌କେଏମ୍‌ର କର୍ମୀମାନେ ଉତ୍ସବ ଆରମ୍ଭ କରିଦେଇଛନ୍ତି। ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ବଡ ବ୍ୟବଧାନରେ ଜିତିଛନ୍ତି। ସେ ଆଜି ଅପରାହ୍ଣରେ ରାଜ୍ୟପାଳଙ୍କୁ ଭେଟିବେ। ପ୍ରେମ ସିଂହ ତମାଙ୍ଗ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନର ଦାବି ଉପସ୍ଥାପନ କରିବା ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୧୯ ନିର୍ବାଚନରେ ମଧ୍ୟ ଏସ୍‌କେଏମ୍‌ ମ୍ୟାଜିକ୍ ନମ୍ବର ପାର୍‌ କରି ୧୭ଟି ଆସନରେ ବିଜୟୀ ହୋଇଥିଲା। ସେହିପରି ଏସ୍‌ଡିଏମ୍‌ ୧୫ଟି ଆସନ ଦଖଲ କରିଥିଲା।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!