Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଘଛାଲ ସହ ଦେଶୀ ବନ୍ଧୁକ ଜବତ, ଦୁଇ ଅଭିଯୁକ୍ତ ଅଟକ, ମୁହଁ ଖୋଲୁନି ବନ ବିଭାଗ

by ସଞ୍ଜୟ ସ୍ୱାଇଁ
November 29, 2024
in Crime, Nayagarh, State
ବାଘଛାଲ ସହ ଦେଶୀ ବନ୍ଧୁକ ଜବତ, ଦୁଇ ଅଭିଯୁକ୍ତ ଅଟକ, ମୁହଁ ଖୋଲୁନି ବନ ବିଭାଗ
107
VIEWS
Share on FacebookShare on Twitter

କନ୍ଧମାଳ : (ବାଘୁଆ ବାର୍ତ୍ତା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବନ ବିଭାଗ ପକ୍ଷରୁ ବାଘ ଛାଲ ଓ ଦେଶୀ ବନ୍ଧୁକ ଜବତ କରାଯାଇଥିବା ବେଳେ ଏ ନେଇ କିନ୍ତୁ ବନ ବିଭାଗ ମୁହଁ ଖୋଲୁ ନାହାନ୍ତି। ଘଟଣାରୁ ପ୍ରକାଶ ଯେ, ଜି.ଉଦୟଗିରି ବନ ବିଭାଗ ଅନ୍ତର୍ଗତ କଳିଙ୍ଗା ସେକ୍ସନରେ ବାଘ ଶିକାର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ବନ କର୍ମଚାରୀ ମାନେ ଖବର ପାଇ ଦୁଇଟି ସ୍ଥାନରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ଏକ ଦେଶୀ ବନ୍ଧୁକ ପାଇଥିବା ବେଳେ ଏହି ଘଟଣାରେ ଦୁଇ ଜଣକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ସହ ଏହି ବାଘ ଶିକାରରେ ଅନ୍ୟ କିଛି ଜଣ ସମ୍ପୃକ୍ତ ଥିବା ନେଇ ତନାଘନା ଚଳାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। କିନ୍ତୁ ଏହି ଘଟଣାକୁ ନେଇ ବନ ବିଭାଗ ଅଧିକାରୀ ମୁଁହ ଖୋଲୁନାହାନ୍ତି। କୌଣସି ପ୍ରତିକ୍ରିୟା ଦେବାକୁ ମଧ୍ୟ ପ୍ରସ୍ତୁତ ନାହାନ୍ତି। ଜି. ଉଦୟଗିରି ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ମରାଯାଇ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନଥିବା ବେଳେ ଖବର ପାଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ବନ ବିଭାଗ କାର୍ଯ୍ୟାଳୟକୁ ଖବର ସଂଗ୍ରହ ପାଇଁ ଯାଇ ମୁଖ୍ୟ ଫାଟକ ବାହାରେ ଦୀର୍ଘ ସମୟ ଅପେକ୍ଷା କରି ଫେରି ଯାଇଥିଲେ। ଏ ସମ୍ପର୍କରେ ଜି. ଉଦୟଗିରି ବନ ବିଭାଗ ଏସିଏଫ କାଜଲ ନାୟକଙ୍କୁ ଫୋନ ଯୋଗେ ପଚାରିବା ପରେ ସେ ତଦନ୍ତ ଚାଲିଛି। ଆପଣମାନେ ସହଯୋଗ କରନ୍ତୁ। ଡିଏଫଓ ସାର ଆସିଲେ ସମସ୍ତ ତଥ୍ୟ ପ୍ରଦାନ କରିବେ ବୋଲି କହିଥିବା ବେଳେ ଫୁଲବାଣୀ ଡିଏଫଓ ପ୍ରଶାନ୍ତ ପଟେଲଙ୍କୁ ଏହି ଘଟଣା ବିଷୟରେ ପଚାରିବା ପରେ ସେ କହିଲେ ତଦନ୍ତ ଚାଲିଛି। ଏବେ କିଛି କହି ହେବନି ।ତଦନ୍ତରେ ବାଧା ସୃଷ୍ଟି ହେବ। ଏଣୁ ତଦନ୍ତ ସାରିବା ପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!