Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁକ କାରଖାନା ଉପରେ ଚଢ଼ାଉ, ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
October 30, 2024
in Crime, Nayagarh, State
ବନ୍ଧୁକ କାରଖାନା ଉପରେ ଚଢ଼ାଉ, ଜଣେ ଗିରଫ
497
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ପୁଲିସ ଏକ ବନ୍ଧୁକ ନିର୍ମାଣ କାରଖାନା ଉପରେ ଚଢ଼ାଉ କରି ନିର୍ମାଣ ସାମଗ୍ରୀ ଏବଂ ବନ୍ଧୁକ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଦରଥାନା ମାଳିସାହି ଫାଣ୍ଡି ନିକଟସ୍ଥ ମାଳିସାହି ଗ୍ରାମର ବୀରବର ମହାରଣାଙ୍କ ପୁଅ କାବୁଲି ମହାରଣା । କାବୁଲି ଜଣେ ନିୟମିତ ବନ୍ଧୁକ ନିର୍ମାଣ କାରୀ ବୋଲି ନୟାଗଡ଼ ଏସପି ଏସ ସୁଶ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୨୦୧୫ ମସିହା ଏବଂ ୨୦୨୦ ମସିହାରେ ପୁଲିସ ତାକୁ ଗିରଫ କରି ଆର୍ମ୍ସ ଆକ୍ଟରେ କୋର୍ଟ ଚାଲାଣ କରିଥିଲା ।

ଜାମିନରେ ଫେରିବା ପରେ ପୁଣି ସେ ନିଜ ଘରେ ବନ୍ଧୁକ ନିର୍ମାଣ କରୁଥିବା ସୂଚନା ମିଳିଥିଲା । ନୟାଗଡ଼ ଏସଡିପିଓ ସୁଦର୍ଶନ ଗାଙ୍ଗୋଇଙ୍କ ତତ୍ୱବଧାନରେ ସଦରଥାନା ଅଧିକାରୀ ବିଜୟା ସାହୁଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଅଭିଯୁକ୍ତଙ୍କଠାରୁ ନୂତନ ନିର୍ମାଣ ହୋଇଥିବା ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି । ଏହା ସହିତ ବନ୍ଧୁକ ନିର୍ମାଣ ପାଇଁ ସେ ପ୍ରସ୍ତୁତ କରି ରଖିଥିବା କାଠ, ଟିଗର ଏବଂ ନିର୍ମାଣ ସାମଗ୍ରୀ ଜବତ ହୋଇଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ସେ ଏହା ମଧ୍ୟରେ କାହାକୁ ବନ୍ଧୁକ ବିକ୍ରି କରିଛି, ତାହାର ଅନୁସନ୍ଧାନ କରିବା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ଏସପି କହିଛନ୍ତି । ଏହି ଚଢ଼ାଉରେ ସଦରଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ଏବଂ ଅନ୍ୟ ପୁଲିସ କର୍ମଚାରୀ ସାମିଲ ରହିଥିଲେ ।

ଜମ୍ମୁ କାଶ୍ମୀର କିସ୍ତୱାଡରେ ସେନାର ଏନକାଉଣ୍ଟର

ଜମ୍ମୁ କାଶ୍ମୀର କିସ୍ତୱାଡରେ ସେନାର ଏନକାଉଣ୍ଟର

May 23, 2025
ଜୁନ ପହିଲାରେ ଖୋଲିବ ହୀରାକୁଦ ଡ୍ୟାମ୍, ଆଲର୍ଟରେ ୧୫ ଜିଲା

ଜୁନ ପହିଲାରେ ଖୋଲିବ ହୀରାକୁଦ ଡ୍ୟାମ୍, ଆଲର୍ଟରେ ୧୫ ଜିଲା

May 23, 2025
ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର

ଯୁବକଙ୍କ ଜୀବନ ନେଲା ଫ୍ରି ଫାୟାର

May 23, 2025
କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

କଫ ସିରପ ଚୋରି, ଏଏସଆଇ ନିଲମ୍ବିତ

May 23, 2025
ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

ପୁଣି ଭିଜିବ ନୟାଗଡ, ୨୭ ରେ ଆସୁଛି ଲଘୁଚାପ

May 23, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!