Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୬ ବର୍ଷରେ ୪୩ ହଜାର ରୋଗୀ ଚିହ୍ନଟ

by ସଞ୍ଜୟ ସ୍ୱାଇଁ
May 26, 2025
in State
୬ ବର୍ଷରେ ୪୩ ହଜାର ରୋଗୀ ଚିହ୍ନଟ
70
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶାକୁ ଘାରିଛି କୁଷ୍ଠ ଭୟ । ଗତ ୬ବର୍ଷରେ ରାଜ୍ୟରେ ମୋଟ ୪୩ହଜାର ୭୧୧ ନୂଆ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ସୁସ୍ଥ ବ୍ୟକ୍ତି ନୁହେଁ, ଭିନ୍ନକ୍ଷମ ଓ ଶିଶୁଙ୍କୁ ମଧ୍ୟ କୁଷ୍ଠ ଆକ୍ରାନ୍ତ କରୁଛି । କରୋନା ପରେ ପରେ ଏହି ସଂଖ୍ୟା ବଢୁଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ୨୦୧୯- ୨୦ରେ ରାଜ୍ୟରେ ୧୦ହଜାର୭୭ଜଣ ରୋଗୀ ଚିହ୍ନଟ ହୋଇଥିଲେ । ୨୦୨୦-୨୧ରେ ୬୧୮୪, ୨୦୨୧-୨୨ରେ ୫୭୨୯, ୨୦୨୨-୨୩ରେ ୭୧୯୭, ୨୦୨୩-୨୪ରେ ୮୩୯୬ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ୨୦୨୪- ୨୫ ସୁଦ୍ଧା ୬୧୯୪ ନୂଆ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି । ଯଦି ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପରେ ନଜର ଦେବା, ୧୯- ୨୦ରେ ୨୦୦ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କରିଥିଲା । ୨୦-୨୧ରେ ୧୭୮, ୨୧-୨୨ରେ ୧୬୪, ୨୨-୨୩ରେ ୧୯୫, ୨୩-୨୪ରେ ୧୪୯ଜଣ ଓ ୨୪- ୨୫ରେ ୯୫ଜଣ ଭିନ୍ନକ୍ଷମ କୁଷ୍ଠରେ ଆକ୍ରାନ୍ତ ହୋଇଛନ୍ତି । ଆଶ୍ଚର୍ଯ୍ୟର ବିଷୟ, ରାଜ୍ୟ ସରକାର କୁଷ୍ଠ ରୋଗର ଚିକିତ୍ସାକୁ ଗୁରୁତ୍ୱ ଦେଇଛନ୍ତି । ରାଷ୍ଟ୍ରୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅନୁସାରେ ରୋଗୀ ଓ ରୋଗୀଙ୍କ ସହ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଔଷଧ ଖାଇବାକୁ ଦିଆଯାଉଛି । ତଥାପି ରୋଗୀ ସଂଖ୍ୟା ବଢ଼ିଚାଲିଛି । ବର୍ତ୍ତମାନ ୧୪ଟି ଜିଲ୍ଲାରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି । ତଥାପି ବଲାଙ୍ଗିର, ବୌଦ୍ଧ, ନୂଆପଡା ଭଳି ଜିଲ୍ଲାରେ ଅଧିକ କୁଷ୍ଠ ରୋଗୀ ରହିଛନ୍ତି । ଯେହେତୁ କୁଷ୍ଠ ଏକ ସଂକ୍ରମଣଜନିତ ରୋଗ ହୋଇଥିବାରୁ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ଡିପିଏମଆର୍ କ୍ଲିନିକ୍ ରହିଛି । ଏହାପୂର୍ବରୁ ଗତ ୨୦୦୬-୦୭ରେ ରାଜ୍ୟକୁ କୁଷ୍ଠ ମୁକ୍ତ ଘୋଷଣା କରାଯାଇଥିଲେ ହେଁ ପ୍ରତିବର୍ଷ ରୋଗୀ ଚିହ୍ନଟ ହେଉଥିବା ବେଳେ ସରକାରଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ଶିଶୁଙ୍କୁ ଏହି ରୋଗ ବ୍ୟାପୁଛି । ତଥ୍ୟ ଦେଖିଲେ, ୨୦୧୯-୨୦ରେ ୬୮୧ଜଣ ଶିଶୁ କୁଷ୍ଠରେ ପୀଡିତ ହୋଇଥିଲେ । ୨୦-୨୧ରେ ୪୨୨, ୨୧- ୨୨ରେ ୩୯୨, ୨୨-୨୩ରେ ୩୮୨, ୨୩-୨୪ରେ ୫୧୩ ଓ ୨୪-୨୫ରେ ୩୪୭ ଜଣ ଶିଶୁ କୁଷ୍ଠରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ରାଜ୍ୟରେ କୁଷ୍ଠ ମୂଳତ୍ପାଟନ କରିବା ପାଇଁ ଚଳିତବର୍ଷ ରାଜ୍ୟ ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଆଲୋଚନା କରିଛନ୍ତି । ଯେଉଁ ବ୍ୟକ୍ତି ରୋଗୀଙ୍କ ସଂସ୍ପର୍ଶରେ ଆସିବେ ସେମାନଙ୍କୁ ମାଗଣାରେ ଟୀକା ଦିଆଯିବ ବୋଲି କହିଛନ୍ତି । ଆଇସିଏମ୍ଆର ଏହା ନୋଡାଲ ଏଜେନ୍ସି ରହିବ । ହେଲେ ଏହାର କିଛି ଅଗ୍ରଗତି ଏପର୍ଯ୍ୟନ୍ତ ହୋଇପାରିନି । ସେହିପରି କୁଷ୍ଠ ରୋଗୀଙ୍କୁ ଥଇଥାନ ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୬ଟି କୁଷ୍ଠ କଲୋନୀ, ଚିକିତ୍ସା ପାଇଁ ୧୪ଟି କୁଷ୍ଠ ଚିକିତ୍ସାଳୟ ଓ ୪ଟି କୁଷ୍ଠାଶ୍ରମ ଅଛି । ଏହି କଲୋନୀରେ ୨୦୦୭ରୁ କୁଷ୍ଠ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ଯେଉଁମାନେ ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ସହ ସଚେତନ କରିବେ । ହେଲେ ଗତ କିଛିବର୍ଷ ହେବ ବିଭିନ୍ନ କୁଷ୍ଠ କଲୋନୀରେ ୩୫୯ଟି କୁଷ୍ଠ କର୍ମୀ ପଦବୀ ଖାଲିପଡିଛି । ଯାହାକୁ ନେଇ ଗତବର୍ଷ ରାଜ୍ୟ କୁଷ୍ଠ ସଙ୍ଗଠନ କ୍ଷୋଭ ପ୍ରକାଶ କରି ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଫେରାଦ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ କିଛି ସମାଧାନ ହୋଇପାରିନି ବୋଲି ସଙ୍ଗଠନର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ଯଦି ଏହିଭଳି ସ୍ଥିତି ରୁହେ ତେବେ ୨୦୩୦ ସୁଦ୍ଧା କୁଷ୍ଠ ମୁକ୍ତ ଓଡିଶା କିପରି ଗଠନ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, କୁଷ୍ଠ ରୋଗୀଙ୍କ ପାଇଁ ରାଜ୍ୟରେ ୩୮୬ ଅକ୍ଷମତା ଦୂରୀକରଣ ଓ ଚିକିତ୍ସା ପୁନର୍ବାସ କେନ୍ଦ୍ର ରହିଛି । ଯେଉଁଠି ରୋଗୀଙ୍କୁ ସ୍ୱତନ୍ତ୍ର ଏମସିଆର ଚପଲ ଯୋଗାଇଦିଆଯାଉଛି । ଏଥିସହ ଯେଉଁ ବ୍ୟକ୍ତି ରୋଗୀଙ୍କ ସଂସ୍ପର୍ଶରେ ଆସିବେ ସେମାନଙ୍କୁ ପାନ ରିଫାମପିସିନ୍ ଔଷଧ ଖାଇବାକୁ ଦିଆଯାଉଛି । ଜଣେ ଅଧିକାରୀଙ୍କ କହିବା କଥା, କୁଷ୍ଠ କର୍ମୀଙ୍କ ନିଯୁକ୍ତି ସରକାରଙ୍କ ଦାୟିତ୍ୱ । ଆଉ ଆବଶ୍ୟକତା ପଡୁନି । ସେମାନଙ୍କୁ ସାଧାରଣ ସ୍ୱାସ୍ଥ୍ୟକେନ୍ଦ୍ରରେ ମିଶାଇ ଦେବାକୁ ଚେଷ୍ଟା ଚାଲିଛି । କାରଣ ଏବେ ରୋଗୀଙ୍କୁ ସାଧାରଣ ରୋଗୀଙ୍କ ଭଳି ଡିପିଆରଏମ୍ରେ ଚିକିତ୍ସା କରାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!