ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହାମାରୀ କୋଭିଡ୍-୧୯ ଦ୍ୱିତୀୟ ଲହରୀ ଦେଶବାସୀଙ୍କୁ ଆତଙ୍କିତ କରି ରଖୀଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଜନସାଧାରଣ ମହାମାରୀରେ ସଂକ୍ରମଣ ହେଉଛନ୍ତି । ରୋଗୀ ମାନଙ୍କ ପାଇଁ ପ୍ରତିଦିନ ଅକ୍ସିଜେନ ଦରକାର ପଡୁଥିଲେ ମଧ୍ୟ ଅନେକ ରାଜ୍ୟରେ ଅକ୍ସିଜେନର ସଙ୍କଟ ଦେଖା ଦେଇଛି । ଉକ୍ତ ରାଜ୍ୟ ଗୁଡ଼ିକରେ ଅକ୍ସିଜେନ ପାଇଁ ହା ହା କାର ପଡିଥିବା ବେଳେ ସଞ୍ଜିବନୀ ଯୋଗାଇଛନ୍ତି ଓଡ଼ିଶାର ନବୀନ ସରକାର । ୬ଟି ରାଜ୍ୟକୁ ୨୪ଘଣ୍ଟାରେ ଯୋଗାଇଲେଣି ୨୫୦ଟନ୍ ଅକ୍ସିଜେନ୍ । ଉକ୍ତ ରାଜ୍ୟ ଗୁଡ଼ିକ ହେଲା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଦିଲ୍ଲୀ, ବିହାର, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ । ରାଜ୍ୟରେ ବଳକା ଅକ୍ସିଜେନ ବାହାର ରାଜ୍ୟକୁ ପଠାଯିବ । ଯେକୌଣସି ରାଜ୍ୟର ଅକ୍ସିଜେନ୍ ଦରକାର ହେଲେ ଓଡ଼ିଶା ଯୋଗାଇ ଦେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏନେଇ ଯାଜପୁର ସ୍ଥିତ କଳିଙ୍ଗନଗର ଟାଟ ଷ୍ଟିଲ୍, ଜେଏସଦପିଏଲ, ଢେଙ୍କାନାଳ ସ୍ଥିତ ଭୂଷଣ ଷ୍ଟିଲ୍ ଓ ଜେଏସଏଲରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।





