ଭୁବନେଶ୍ବର, (ବାଘୁଆବାର୍ତ୍ତା): ଭରତପୁର ଥାନା ଅଞ୍ଚଳରେ ପୋଲିସକୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୬ ଜଣଙ୍କୁ ଗିରଫ କଲା ପୋଲିସ । ସୂଚନାଯୋଗ୍ୟ ଯେ, ସୂର୍ଯ୍ୟ ମହାରଣା ଏବଂ ଅଶୋକ ମହାରଣା ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଗଣ୍ଡଗୋଳ ଲାଗି ରହିଥିଲା । ଜମିବାଡ଼ି ବିବାଦକୁ ନେଇ ରବିବାର ରାତିରେ ସୂର୍ଯ୍ୟ ମହାରଣାଙ୍କ ଲୋକେ ଅଶୋକ ମହାରଣାଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସ ଗାଡିକୁ ମଧ୍ୟ ଭାଙ୍ଗିଥିଲେ ଆକ୍ରମଣକାରୀ । ପୋଲିସକୁ ମଧ୍ୟ ଆକ୍ରମଣ କରିଥିଲେ । ତେବେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।





