Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସମ୍ୱଲପୁରରେ ଆଜି ହର-ପାର୍ବତୀ ବିବାହ

by ସଞ୍ଜୟ ସ୍ୱାଇଁ
June 15, 2021
in Lifestyle, State
ସମ୍ୱଲପୁରରେ ଆଜି ହର-ପାର୍ବତୀ ବିବାହ
69
VIEWS
Share on FacebookShare on Twitter

ସମ୍ୱଲପୁର, (ବାଘୁଆବାର୍ତ୍ତା): ଆଜି ଶୀତଳଷଷ୍ଠୀ । ସମ୍ୱଲପୁରରେ ଅନୁଷ୍ଠିତ ହେବ ଦେବ-ଦମ୍ପତିଙ୍କ ବିବାହ । ବିଧି ରକ୍ଷା ପାଇଁ କରୋନା କଟକଣା ଭିତରେ ସମସ୍ତ କାର୍ୟ୍ୟ ସମ୍ପାଦିତ ହେବ । ଆଜି ରାତିରେ ହର-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ପାର୍ବତୀଙ୍କ ସହ ବିବାଦ ପାଇଁ ବର ବେଶରେ ବାହାରିବେ ଦେବ ଦେବ ମହାଦେବ । ଏଥିପାଇଁ ସମ୍ୱଲପୁର ସହରରେ ବିଭିନ୍ନ ଯାତ୍ରା କମିଟି ଓ ଦେବ ଦମ୍ପତିଙ୍କୁ ବର କନ୍ୟା ଭାବରେ ପାଇଥିବା ପରିବାରରେ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଦେବ ଦମ୍ପତିଙ୍କ ବିବାହ ପାଇଁ ନନ୍ଦପଡ଼ା, ଝାଡୁଆପଡ଼ା, ମୁଦିପଡା, ବଡ଼ବଜାର, ଠାକୁରପଡ଼ା ଆଦି ଯାତ୍ରା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି । ପତରପେଣ୍ଡି ଓ ଦେବ ନିମନ୍ତ୍ରଣ ରୀତିନୀତି ବି ସରିଛି । ସଙ୍କଟ ମୋଚନ ପ୍ରଭୁ ହନୁମାନ ବିଭିନ୍ନ ପଡ଼ାରେ ଥିବା ଦେବଦେବୀଙ୍କ ମନ୍ଦିରକୁ ଯାଇ ବିବାହରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଛନ୍ତି । ଆଜି ବିବାହ ପୂର୍ବରୁ ଦେବୀ ପାର୍ବତୀଙ୍କ ତୈଳାଭିଷେକରୁ ଆରମ୍ଭ କରି ହଳଦି ଖେଳ ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟାରେ ନବବଧୂ ବେଶରେ ସଜ୍ଜିତ ହେବେ ମାତା ପାର୍ବତୀ । ଶିବାଳୟରେ ମହାଦେବଙ୍କ ରୁଦ୍ରାଭିଷେକ, ଗନ୍ଧଷଣ ନୀତି ଅନୁଷ୍ଠିତ ହେବ । ସନ୍ଧ୍ୟାରେ ପ୍ରଭୁ ମହାଦେବ ବର ବେଶରେ ସଜ୍ଜିତ ହୋଇ ବାହାଘର ପାଇଁ ବାହାରିବେ । କରୋନା ଯୋଗୁ ଏବର୍ଷ ବରଯାତ୍ରୀ କନ୍ୟା ଘରକୁ ନଯାଇ ମନ୍ଦିର ପ୍ରାଙ୍ଗଣରେ ଦେବ-ଦମ୍ପତିଙ୍କ ବିବାହ କରିବାକୁ ସ୍ଥିର ହୋଇଛି । ସେହିଠାରେ ଯୁଗଳ ଦର୍ଶନ ଅନୁଷ୍ଠିତ ହେବ । ପରେ ମନ୍ଦିର ବିଜେ କରିବେ ହର-ପାର୍ବତୀ । ବିଧି ରକ୍ଷା ପାଇଁ ସମସ୍ତ କାର୍ୟ୍ୟ କରୋନା କଟକଣା ଭିତରେ ସମ୍ପାଦିତ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଓ ବ୍ୟବସ୍ଥା କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!