Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଆଇନ ଖଣି ଖନନର ତଦନ୍ତ ଭିଜିଲାନ୍ସ SIT ଟିମ୍ ଗଠନ

by ସଞ୍ଜୟ ସ୍ୱାଇଁ
May 24, 2025
in State
ବେଆଇନ ଖଣି ଖନନର ତଦନ୍ତ ଭିଜିଲାନ୍ସ SIT ଟିମ୍ ଗଠନ
17
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ବେଆଇନ ଖଣି ଖନନର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଗଠନ କଲା ସ୍ଵତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି)। ଏହି ଏସଆଇଟି ବେଆଇନ ଖଣି ଖନନ ନେଇ ତଦନ୍ତ ଆରମ୍ଭ କରିଥିବା ଭିଜିଲାନ୍ସ ସେଲ୍ ଏସପି ଏମ ରାଧାକ୍ରିଷ୍ଣ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଷ୍ଟିଲ ଏଵଂ ଖଣି ବିଭାଗର ପରାମର୍ଶ କ୍ରମେ ଏହି ଏସ୍ ଆଇ ଟି ଗଠନ କରାଯାଇଛି। ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଓ ହେମଗିରି ଅଞ୍ଚଳରେ ବେଆଇନ ଖଣି କାରବାର ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ଏସ୍ ଆଇ ଟି। ହେମଗିରି ଅଞ୍ଚଳରେ ଵ୍ୟାପକ ବେଆଇନ କୋଇଲା ଉତ୍ତୋଳନ ଓ କୋଇଡା ତହସିଲ ଅଧିନରେ ଵ୍ୟାପକ ମାଙ୍ଗାନିଜ ଓ ଲୁହା ପଥର ଖନନ ଏଵଂ ଚୋରାଚାଲାଣ ହେଉଥିବା ନେଇ ନିର୍ଦ୍ଧିଷ୍ଟ ଅଭିଯୋଗ ମିଳିବା ପରେ ରାଜା ସରକାରଙ୍କ ତରଫରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ, ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବେଆଇନ ଖଣି ଖନନ କରି କୋଇଲା ଚୋରି କରୁଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ପ୍ରଶାସନ, ପୋଲିସ, ଖଣି ବିଭାଗ, ବନ ବିଭାଗର ମିଳିତ ଟିମ୍ ହେମଗିରି ଅଞ୍ଚଳରେ ଥିବା କୋଲ ୱାସରୀରେ ଚଢାଉ ହୋଇଥିଲା। ତେଲେନାଡୀହି, ରତନସରା, ଭୋଗରାକଚ୍ଛାର ସହ ୧୦ ରୁ ଅଧିକ ଜଙ୍ଗଲରେ ଗଛିତ ଥିବା ଚୋରି କୋଇଲା ସିଜ କରିଛି ଖଣି ବିଭାଗ । ହେମଗିରିର ତତ୍କାଳୀନ ତହସିଲଦାର ଲବେଣେନ୍ଦୁ ମହାନ୍ତିଙ୍କୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ବି ଜାରି କରିଥିଲେ । ଯାହାର ଉତ୍ତର ରଖିଥିଲେ ତହସିଲଦାର । ଏହା ପୂର୍ବରୁ ତେଲେନଡିହି ଜଙ୍ଗଲରେ ବେଆଇନ କୋଇଲା ଖଣି ଠାବ ସହ କୋଇଲା ଜବତ କରିଥିଲା ଖଣି ବିଭାଗ । ଏହାପରେ ଚାଲିଥିଲା ଜୋରଦାର ତନାଘନା। ସେପଟେ ଏହି ମାମଲାରେ କାହାରିକୁ ଛଡା ଯିବ ନାହିଁ ବୋଲି ଏସ୍ଡିପିଓ ଏବଂ ଖଣି ବିଭାଗର ଡେପୁଟି ଡାଇରେକ୍ଟର କହିଥିଲେ। ଏହି ବେଆଇନ ବେଆଇନ ଖଣି ଖନନର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଉପବାଚସ୍ପତି ଭବାନୀଶଙ୍କର ଭୋଇ । ଏବେ ସୁଦ୍ଧା ୨୫୦ରୁ ଅଧିକ ଟନ୍ର କୋଇଲା ଜବତ କରିସାରିଲାଣି ପ୍ରଶାସନ। ତେବେ ମାଫିଆଙ୍କୁ ଧରିବାକୁ ପ୍ରଶାସନର ହାତ କେବେ ପହଞ୍ଚୁଛି ତାକୁ ଅପେକ୍ଷା କରିଛନ୍ତି ସମସ୍ତେ।

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026
ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!