ନବରଙ୍ଗପୁର,(ବାଘୁଆବାର୍ତ୍ତା) : ସଭିଏଁ ପଢିବା ସଭିଏଁ ଗଢିବା ସର୍ବଶିକ୍ଷା ଅଭିଯାନର ନାରା ଦେଉଥିବା ବେଳେ ଏଠି ଶିଶୁ ମାନେ ବହି ପତ୍ର ଧରିବା ବଦଳରେ ଧରିଛନ୍ତି କୋଡି, କୋଦାଳ। କଅଁଳ ବୟସରେ ସରକାରୀ କାମରେ କାମ କରୁଛନ୍ତି ଶିଶୁ ଶ୍ରମିକ। ଏହା ଦେଖିବାକୁ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିଦ୍ରା ଯାଇଥିବା ମନେ ହୁଏ। ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ମହାମାରୀ କରୋନାରେ ସବୁ ଲିନ କରିଦେଉଛନ୍ତି। କୋରନା ସମୟରେ ଶିଶୁ ଶ୍ରମିକମାନଙ୍କୁ କମ୍ ମୂଲ୍ୟ ପାରିଶ୍ରମିକ ଦେଇ କାମରେ ନିୟୋଜିତ କରିବା ସହ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରି ନାହାଁନ୍ତି ଠିକାଦାର । ଦୁଃଖର ବିଷୟ ଦାଇତ୍ୱ ରେ ଥିବା ସରକାର ଆଇଟିଡିଏ ଯନ୍ତ୍ରୀ କୁନାରାମ ମହନ୍ତଙ୍କ ପାଖରେ ଅଭିଯୋଗ ହେବା ପରେ କୈାଣସି ପଦକ୍ଷେପ ନେଇ ନଥିବା ଜଣାପଡିଛି । କୋଭିଡ ସମୟରେ ସାମାଜିକ ଦୂରତା, ମାସ୍କ ପରିଧାନ କରିବାକୁ କଡା ନିର୍ଦ୍ଦେଶ ଥିବା ସ୍ବତ୍ତେ ଏହାକୁ ଅବମାନନା କରିଛନ୍ତି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ । ଖାଲି ସେତିକି ନୁହେଁ ନା ସେଠାରେ କାମ ପାଇଁ ଫଳକ ଲାଗିଛି ନା ସରକାରଙ୍କ ଗାଇଡ଼ ଲାଇନକୁ ଫଲୋ କରାଯାଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ମେଦନା ଯିବା ରାସ୍ତାର ମିନି ଷ୍ଟାଡିୟମ ଠାରେ । ସୂଚନାନୁସାରେ, ୧୨ ଲକ୍ଷ ମୂଲ୍ୟର ଏକ ନୂତନ ଗୃହ ନିର୍ମାଣ କାମରେ ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପଢ଼ୁଥିବା ଝିଅ ବା ଶିଶୁଶ୍ରମିକ ନିୟୋଜିତ ଥିବା ଜାଣିବା ପରେ ମଧ୍ୟ ବିଭାଗୀୟ ଦାଇତ୍ୱରେ ଥିବା ଅଧିକାରୀ ସବୁ ଜାଣିକି କିଭଳି ଅଣଦେଖା କରୁଛନ୍ତି ତାହା ଆଶ୍ଚର୍ୟ୍ୟର କଥା ? ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କୁ ଉତ୍ତମ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷା ଦେବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଖାସ କରି ଝିଅ ମାନଙ୍କ ପାଇଁ ବହୁତ ଯାଜନା କରାଯାଇଛି। ପାରିବାରିକ ପରିସ୍ଥିତି ଯୋଗୁଁ ବାଧ୍ୟ ହୋଇ ଲୋକେ ନିଜ ପିଲାଛୁଆଙ୍କୁ କାମ କରାଉଛନ୍ତି ତ କେତେବେଳେ ଠିକାଦାର ମାନେ କମ୍ ଟଙ୍କା ଦେଇ ଶିଶୁ ମାନଙ୍କୁ ପ୍ରଲୋଭନ ଦେଖାଇ ଶ୍ରମିକ ଭାବେ ନିଜ କାର୍ୟ୍ୟ ରେ ନିୟୋଜିତ କରିଥାନ୍ତି। କୋରନା ସମୟରେ କାମଧନ୍ଦା ନଥିବାରୁ ଏହାର ଫାଇଦା ଉଠାଇ କମ ମୂଲ୍ୟରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରିଛନ୍ତି ଠିକାଦାର । ଠିକାଦାର ଏବଂ ବିଭାଗୀୟ କର୍ମଚାରୀ ର ମଧୁଚନ୍ଦ୍ରିକାରେ ଚାଲିଛି ସରକାରୀ କାମ । ଶିଶୁମାନଙ୍କୁ କୌଣସି କାର୍ୟ୍ୟରେ ନିୟୋଜିତ ନ କରିବା ପାଇଁ ସରକାର ବିଭିନ୍ନ ନିୟମ କରିଛନ୍ତି। ଏହା ପାଇଁ ଦିୟୀ କିଏ ବିଭାଗୀୟ କର୍ମଚାରୀ ନା ଠିକାଦାର । ତେଣୁ ଶିଶୁଙ୍କୁ କାର୍ୟ୍ୟରେ ନିୟୋଜିତ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ କରିବା ସହ, ସଚେତନତା ଦ୍ୱାରା ଶିଶୁ ଶ୍ରମିକ ପ୍ରଥାକୁ ରୋକାଯାଇ ପାରିବ ଏଥିପ୍ରତି ସରକାର ବିଶେଷ ଧ୍ୟାନ ଦେବାକଥା ବଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।






