ନୟାଗଡ଼,(ବାଘୁଆବାର୍ତ୍ତା): ବାତ୍ୟା ଆଣି ଦେଇଛି ବିପଦ । ଏକ କୋମଳମତୀ ଶିଶୁ ଖାଲରେ ପଡ଼ି ମୃତ୍ୟୁ ବରଣ କରିଛି । ଚମ୍ପୁଆ ଥାନା ଜାମୁଦଲକଠାରେ ଆଜି ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଶିଶୁ ପାଣି ଖାଲରେ ପଡ଼ି ମୃତ୍ୟୁ ମୁଖରେ ପଡିଛି। ସୂଚନାଯୋଗ୍ୟ ଯେ, ଘର ଆଗରେ ଥିବା ଖାଲରେ ପାଣି ଭର୍ତି ହୋଇଥିବା ବେଳେ ଶିଶୁ ଏହି ଖାଲରେ ପଡ଼ି ଯାଇଥିଲା । ଘର ଲୋକ ବହୁ ଖୋଜା ଖୋଜି ପରେ ଶିଶୁଟିକୁ ନପାଇ ଉକ୍ତ ଖାଲରେ ଖୋଜିବା ପରେ ତାକୁ ଅଚେତ୍ ଅବସ୍ତାରେ ପାଇ ଚମ୍ପୁଆ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର୍ ଶିଶୁଟିକୁ ମୃତ ଘୋଷାଣ କରିଥିଲେ । ଶିଶୁଟିର ମା ସିତାରା ପାରବିନି ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଶିଶୁଟିର ବୟସ ୨ ବର୍ଷ ବୋଲି ଜଣାପଡିଛି ।






