Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଷ୍ଟେସନରୁ ୪ମାସର ଶିଶୁପୁତ୍ର ଚୋରୀ ଘଟଣା:ନିଖୋଜ ଶିଶୁପୁତ୍ର ଉଦ୍ଧାର:ସମ୍ପର୍କ ପାଇଁ ରଚିଥିଲେ ପିଲା ଚୋରିର ନାଟକ

by ସଞ୍ଜୟ ସ୍ୱାଇଁ
April 9, 2026
in State
ରେଳ ଷ୍ଟେସନରୁ ଶିଶୁପୁତ୍ର ଚୋରୀ:ଥାନାର ଦ୍ୱାରସ୍ଥ ହେଲେ ବାପା ମାଆ
130
VIEWS
Share on FacebookShare on Twitter

ନିରାକାରପୁର, (ବାଘୁଆବାର୍ତ୍ତା): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେସନରୁ ୪ମାସର ଶିଶୁପୁତ୍ର ଚୋରି ଅଭିଯୋଗ ଘଟଣା ନିଖୋଜ ଶିଶୁପୁତ୍ର ୨୪ଘଣ୍ଟା ମଧ୍ୟରେ ନୟାଗଡ ରଣପୁରରୁ ଉଦ୍ଧାର। ସ୍ୱାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ମା କୋଳରୁ ଶିଶୁପୁତ୍ର ଚୋରି ହୋଇଥିଲା । ଶିଶୁ ପୁତ୍ରର ବାପା ମାଆ ଏନେଇ ନିରାକାରପୁର ରେଳବାଇ ପୋଲିସରେ ଅଭିଯୋଗ କରିଥିଲେ । ତେବେ ରେଳବାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ନିଖୋଜ ଶିଶୁପୁତ୍ର ଉଦ୍ଧାର କରିଛି। ଶିଶୁପୁତ୍ର ଚୋରି ଘଟଣାରେ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ, ଶାଳୀ ଚିନୁଳତା ପରିଡା ଓ ସ୍ତ୍ରୀ ମିନୁଲତା ପରିଡା ସାମିଲ୍ ଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଥାନା  କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନ ତାଙ୍କ ଶାଳୀ ଚିନୁଲତା ପରୀଡା ଓ ତାଙ୍କର ୪ମାସର ଶିଶୁପୁତ୍ର ଟ୍ରେନଯୋଗେ ତାମିଲନାଡୁ ଯିବାର ଥିଲା ସେମାନେ ଗତ ମଙ୍ଗଳବାର ରାତିରେ ନିରାକାରପୁର ଷ୍ଟେସନ ଆସିଥିଲେ । ନିରାକାରପୁର ଷ୍ଟେସନରେ ପ୍ଲାଟଫର୍ମରେ ରାତିରେ ରହିଥିଲେ।ସକାଳ ହୋଇଥିଲେ ଟ୍ରେନ ଯୋଗେ ଟ୍ରେନରେ ତାମିଲନାଡୁ ଯାଇଥାନ୍ତେ। କିନ୍ତୁ ପ୍ରଶାନ୍ତ ତାର ଶାଳୀ ଚିନୁଲତା ଓ ତାର ଶିଶୁପୁତ୍ର ନିରାକାରପୁର ଷ୍ଟେସନର ୩ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ। ପୂର୍ବରୁ  ପ୍ରଶାନ୍ତ ବିବାହିତ ହୋଇଥିଲେ ମଧ୍ଯ ଶାଳୀ ସହିତ ସମ୍ପର୍କ ଥିଲା। ସେହି ସମ୍ପର୍କକୁ ଲୁଚାଇବାକୁ ଯାଇ ରଚିଥିଲେ ଶିଶୁ ଚୋରିର ନାଟକ। ଶାଳୀର ଏକ ଶିଶୁ ପୁତ୍ର ହେବା ପରେ ଘରେ କଳହ ଉପୁଜିଥିବାରୁ ପ୍ରଶାନ୍ତ ଏକ ଶିଶୁପୁତ୍ର ଅପହରଣ ନାଟକ ବାଜି ରଚନା କରିଥିଲା। ୪ମାସର ଶିଶୁପୁତ୍ର କୁ ନିଜ ସ୍ତ୍ରୀକୁ ହସ୍ତାନ୍ତର କରି ଶାଳୀ ଠାରୁ ଦୁରେଇ ଯିବାକୁ ଯୋଜନା ପ୍ରସ୍ତୁତ କରିଥିଲା ପ୍ରଶାନ୍ତ। ପୂର୍ବ ଯୋଜନା ମୂତାବକ ପ୍ରଶାନ୍ତ ନିଜ ସ୍ତ୍ରୀ କୁ ରାତିରେ ନିରାକାରପୁର ଷ୍ଟେସନ କୁ ଡାକିଛି ସେ  ପହଞ୍ଚିବା ପରେ ଶାଳୀ ଟିକେ ହାଲିଆ ହୋଇ ଶୋଇପଡିବାରୁ ସୁଯୋଗ ଉଣ୍ଡି ସ୍ୱାମୀ ପ୍ରଶାନ୍ତ ଶିଶୁପୁତ୍ର ଟିକୁ ପ୍ରଥମ ସ୍ତ୍ରୀକୁ ହସ୍ତାନ୍ତର କରିଥିଲା । ପ୍ରଥମ ସ୍ତ୍ରୀ ଶିଶୁପୁତ୍ର ଟିକୁ ନେଇ ରଣପୁର ଯାଇଥିଲା । ପରେ ପ୍ରଶାନ୍ତ ଓ ଶାଳୀ ଶିଶୁପୁତ୍ର ଚୋରି ହୋଇଥିବା ରେଳବାଇ ପୋଲିସରେ ଅଭିଯୋଗ କରି ନାଟକବାଜି କରିଥିଲା । ଶିଶୁପୁତ୍ର ଚୋରି ଘଟଣାକୁ ରେଳବାଇ ପୋଲିସ ଗୁରୁତର ସହ ନେଇ ତଦନ୍ତ କରି ସ୍ୱାମୀର ଓ ପ୍ରଥମ ସ୍ତ୍ରୀର ସଂପୃକ୍ତ ଥିବା ଜଣାପଡିବା ପରେ ଅଭିଯୋଗର ୨୪ଘଣ୍ଟା ମଧ୍ୟରେ ନୟାଗଡ଼ ରଣପୁରରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଛି।ରେଳବାଇ ପୋଲିସ ପ୍ରଶାନ୍ତ ଓ ତାର ପ୍ରଥମ ସ୍ତ୍ରୀକୁ ଖୋର୍ଦ୍ଧା ରୋଡ ରେଳବାଇ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ପ୍ରଶାନ୍ତ ନିଜ ଶାଳୀ ସହ ସମ୍ପର୍କ କୁ ଲୁଚାଇବାକୁ ଏସବୁ କରିଥିବାର ସ୍ୱୀକାର କରିଛି। ସେପଟେ ପ୍ରଶାନ୍ତ ଶାଳୀକୁ ମାରପିଟ କରୁଥିବାର କହିଛନ୍ତି ଚିନୁଲତା ପରିଡା। ଅନ୍ୟପଟେ ନିଜ ଭଉଣୀର ଏଭଳି ସମ୍ପର୍କ ବିଷୟରେ ଜାଣିବା ପରେ ସମସ୍ତେ ଏକାଠି ରହିବେ ବୋଲି  କହିଛନ୍ତି। ଖୋର୍ଦ୍ଧା ରୋଡ଼ ଜିଆରପି ପୋଲିସ ଅଭିଯୁକ୍ତ ପ୍ରଶାନ୍ତକୁ କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!