Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୋଚ ପ୍ରସ୍ତୁତ ଆଣ୍ଟିବଡି ମିକ୍ସଡ ଡ୍ରିଙ୍କ ଭାରତ ବଜାରକୁ ଆସିଲା, ଜଣେ ରୋଗୀଙ୍କ ପାଇଁ ଦାମ ୫୯ ହଜାର ୭୫୦ ଟଙ୍କା

by ସଞ୍ଜୟ ସ୍ୱାଇଁ
May 24, 2021
in Health, NATIONAL NEWS
ରୋଚ ପ୍ରସ୍ତୁତ ଆଣ୍ଟିବଡି ମିକ୍ସଡ ଡ୍ରିଙ୍କ ଭାରତ ବଜାରକୁ ଆସିଲା, ଜଣେ ରୋଗୀଙ୍କ ପାଇଁ ଦାମ ୫୯ ହଜାର ୭୫୦ ଟଙ୍କା
291
VIEWS
Share on FacebookShare on Twitter

ନୂଆଦିନଲ୍ଲୀ : (ବାଘୁଆବାର୍ତ୍ତା): ଔଷଧ କମ୍ପାନୀ ରୋଚ ଇଣ୍ଡିଆ ଓ ସିପ୍ଲା ମିଳିତ ଭାବେ ଭାରତରେ ଆଣ୍ଟିବଡି କକଟେଲ ଲଞ୍ଚ କରିଛନ୍ତି । ସୋମବାର ଏହି କକଟେଲ ଲଞ୍ଚ ହୋଇଛି । ଏହା କରୋନା ବିରୋଧରେ ଫଳପ୍ରଦ ହେବ ବୋଲି କମ୍ପାନୀ କହିଛି । ଏହାର ଗୋଟିଏ ଡୋଜର ଦାମ ୫୯୭୫୦ ଟଙ୍କା । ସିପ୍ଲା ଓ ରୋଡ ଇଣ୍ଡିଆ ମିଳିତ ବୟାନରେ କହିଛନ୍ତି ଯେ, ଆଣ୍ଟିବଡି କକଟେଲ ଏବେ ଭାରତରେ ଉପଲବ୍ଧ । ଏହାର ଦ୍ୱିତୀୟ ପର୍ଯ୍ୟାୟ ଡୋଜ ଜୁନ ମଧ୍ୟ ଭାଗ ଆଡକୁ ଭାରତରେ ଉପଲବ୍ଧ ହେବ । ମୋଟ ୨ ଲକ୍ଷ ଆକ୍ରାନ୍ତଙ୍କ ଚିକିତ୍ସା ଏହା ଦ୍ୱାରା ହୋଇପାରିବ । ୧ ଲକ୍ଷ ଟଙ୍କାର ଗୋଟିଏ ପ୍ୟାକେଟରେ ୨ ଜଣ ଆକ୍ରାନ୍ତଙ୍କୁ ଚିକିତ୍ସା କରାଯାଇ ପାରିବ । ରୋଚ୍ ତରଫରୁ ବିକଶିତ ଏହି କକଟେଲରେ କୋସିରିବିମେବ ଇ ଇମଡେଭିମ୍ୟାବ ରହିଛି । ଯାହାକୁ ଭାରତ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଳାୟ ଅନୁସାରେ, ସେଣ୍ଟ୍ରାଲ ଡ୍ରଗ କଣ୍ଟ୍ରୋଲ ଅର୍ଗାନାଇଜେସନ କରୋନା ମହାମାରୀକୁ ଦେଖି ଆଣ୍ଟିବଡି ଡ୍ରଗର ସମସ୍ତ ତଥ୍ୟକୁ ନୀରିକ୍ଷଣ କରିଥିଲା । ଏହାପରେ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ ୧୨୦୦ ଏମଜିର ଏହି କକଟେଲ ୫୯୭୫୦ ଟଙ୍କା ପଡିବ । ଏହାର ମଲଟିଡୋଜ ପ୍ୟାକ ହେଉଛି ୧୧୯୫୦୦ ଟଙ୍କା । ଏହା ସମସ୍ତ ବଡ ହସ୍ପିଟାଲ ଓ କୋଭିଡ ଟ୍ରିଟମେଣ୍ଟ ସେଣ୍ଟରରେ ଉପଲବ୍ଧ ହେବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!