ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ବ୍ଲକ ସିଂଘାପଡ଼ା ପଂଚାୟତକୁ ସରପଂଚ ୪ ଦିନ ଅର୍ଥାତ ୯୬ ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ୧୨ ତାରିଖ ଅପରାହ୍ନ ୧ ଘଟିକାଠାରୁ ୧୬ ତାରିଖ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପଂଚାୟତକୁ ସରପଂଚ ନମିତା ପଣ୍ଡା ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏନେଇ ସରପଂଚ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା ଜଣାଯାଇଛି । ଏହି ଅଂଚଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରପଂଚ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।






