ପୁରୀ, (ବାଘୁଆବାର୍ତ୍ତା): ମହାପ୍ରଭୁଙ୍କୁ ସୋସିଆଲ୍ ମିଡିଆରେ ଗାଳିଗୁଲଜ ଘଟଣାରେ ଫେସ୍ବୁକ୍କୁ ତଥ୍ୟ ମାଗିଲା ପୁଲିସ । ଘଟଣା ନେଇ କିଛି ସେବାୟତ ଏବଂ ଅଭିନେତ୍ରୀ ରାଣୀ ପଣ୍ଡା ସିଂହଦ୍ୱାର ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲାରେ ଅଭିଯୁକ୍ତ ବୋଲି ଦର୍ଶା ଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଆଳି ଅଞ୍ଚଳର ଦିଲ୍ଲୀପ କୁମାର ବିନ୍ଧାଣୀ ସହ ଫୋନ୍ଯୋଗେ କଥା ହୋଇଛନ୍ତି ସିଂହଦ୍ୱାର ଥାନା ଆଇଆଇସି ଗେଲି କୁମାରୀ ସାହୁ । ହେଲେ ସେ ଏଭଳି କାଣ୍ଡ କରିନାହିଁ, ଏସବୁ ଫେକ୍ ବୋଲି ଦିଲ୍ଲୀପ କହିଥିବା ଆଇଆଇସି ଶ୍ରୀମତୀ ସାହୁ କହିଛନ୍ତି । ତେଣୁ ସତ୍ୟତା ଅନୁସନ୍ଧାନ ଜାରି ରହିଥିବାବେଳେ ଏହାର ତଥ୍ୟ ଫେସ୍ବୁକ୍କୁ ମଗାଯାଇଥିବା ଆଇଆଇସି କହିଛନ୍ତି ।





