ନୟାଗଡ଼, (ବାଘୁଆବାର୍ତ୍ତା): ୨୦୨୨ରେ ମଧ୍ୟ ଲୋକଙ୍କ ପାଖରେ ଜମାଟ ବାନ୍ଧିଛି ଅନ୍ଧ ବିଶ୍ବାସ । ବିଭିନ୍ନ ସ୍ଥାନରେ ଏହି ଅନ୍ଧ ବିଶ୍ବାସକୁ ନେଇ ଗାଁ ଗାଁରେ କୁପରିଣତି ଘଟୁଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅଘଟଣ ଘଟିଛି ଟାଙ୍ଗିଆସାହି ନୂଆଗାଁରେ । ଜଣେ ନାବାଳିକାଙ୍କୁ ବୋମା ମାଡ଼ ହୋଇଥିବା ଜଣାପଡିଛି । ନାବାଳିକା ଯୁବତୀ ଜଣଙ୍କ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ସିଙ୍ଗାରପଲ୍ଲି ପଞ୍ଚାୟତ ଅଧିନରେ ଥିବା ଟାଙ୍ଗିଆସାହି ନୂଆଗାଁର ଦିନବନ୍ଧୁ ଦଳବେହେରାଙ୍କ ଘରୁ ୪ଦିନ ତଳେ ସୁନା ମୁଦିଟେ ଚୋରି ହୋଇଥିଲା । ଯାହାକୁ ନେଇ ଦିନବନ୍ଧୁ ଗାଁ କମିଟିର ଦ୍ବାରସ୍ଥ ହୋଇଥିଲେ । ଏହାପରେ ଗାଁ କମିଟିର ନିଷ୍ପତ୍ତି ଅନୁସାରେ, ଗାଁରେ ଅନ୍ଧ ବିଶ୍ବାସକୁ ଯାବୁଡି ଧରି ଗୁଣିଆ ଡକାଇ ଗାଁରେ ଖଟ ବୁଲାଇଥିଲେ । ଖଟ ଯାଇ ଲାଗିଥିଲା ଗ୍ରାମର ଜଣଙ୍କ ଘରେ ଲାଗିଥିଲା । ତେବେ କାହିଁକି ଓ କ’ଣ ପାଇଁ ଖଟ ଯାଇ ଲାଗିଲା ବୋଲି ବୋମା ପକାଇ ଜୀବନରରୁ ମାରିଦେବାକୁ ଧମକ୍ ଦେଇଥିଲେ । ଧମକ୍ ଦେବାର ଗୋଟିଏ ଦିନ ପରେ ଧମକ୍ କାରି ଷଡ଼ଯନ୍ତ୍ର କରିଥିଲା ବୋଲି ଦିନବନ୍ଧୁ କହିଛନ୍ତି । ଦିନବନ୍ଧୁ ଙ୍କ ୧୭ବର୍ଷିୟା ଝିଅ ଶୌଚାଳୟକୁ ଯାଉଥିବା ସମୟରେ ଶୌଚାଳୟର କବାଟ ଖୋଲୁ ଖୋଲୁ ବୋମା ବିସ୍ଫୋରଣ ହୋଇଥିଲା । ତେବେ ସେଥିରେ ଉକ୍ତ ୧୭ବର୍ଷିୟା ଯୁବତୀ ଜଣଙ୍କ ଗୁରୁତର ଭାବେ ଆହତ ହୋଇଥିଲେ । ପରିବାର ଲୋକ ପ୍ରଥମେ ବାହାଡାଝୋଲା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଉଥିବା ଜଣାପଡିଛି । ସେ ପଟେ ଏନେଇ ଓଡ଼ଗାଁ ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛନ୍ତି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ।





