Wednesday, April 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଦ୍ୟାଳୟ ରୂପାନ୍ତରଣ ଅଧପନ୍ତରିଆ, ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ

by ସଞ୍ଜୟ ସ୍ୱାଇଁ
May 22, 2025
in Nayagarh, State
ବିଦ୍ୟାଳୟ ରୂପାନ୍ତରଣ ଅଧପନ୍ତରିଆ, ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ
147
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାର ସିନ୍ଦୁରିଆ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଉନ୍ନତୀ କରଣ ପାଇଁ ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ବହୁ ଅର୍ଥ ବ୍ୟୟ ବରାଦ କରିଥିଲେ । ଅନ୍ୟ ଅନୁଦାନକୁ ମିଶାଇ ପାଖାପାଖି ଏକ କୋଟି ଅର୍ଥ ମଞ୍ଜୁର ହୋଇଥିଲା । ଏହାର ରୂପାନ୍ତରଣ ତଥା ନିର୍ମାଣ ଦାୟିତ୍ୱରେ ନୟାଗଡ଼ ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସୁମିତ୍ରା ନାୟକ ରହି ସବୁ କାର‌୍ୟ୍ୟ କରୁଥିଲେ । ଇତି ମଧ୍ୟରେ ଏକବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ଠାରୁ ଆରମ୍ଭକରି ଶ୍ରେଣୀ ଗୃହକୁ ସଂଯୋଗ ରାସ୍ତା ଏବଂ ମୁଖ୍ୟ ଫାଟକ ନିର୍ମାଣ ଇତ୍ୟାଦି ଅସମାପ୍ତ ଅବସ୍ଥାରେ ପଡ଼ିଛି । ଲକ୍ଷ ଲକ୍ଷ ଟଙ୍କାର କମ୍ପ୍ୟୁଟର ଓ ସ୍ମାର୍ଟବୋର୍ଡ ଲାଗିଥିବା ବେଳେ ଆର୍ଥିଂ ବ୍ୟବସ୍ଥା ନାହିଁ । କେତେବେଳେ ବିଜୁଳି ଘଡ଼ଘଡି ମାରି ଏସବୁ ପୋଡ଼ି ଯିବାର ସମ୍ଭାବନା ରହିଛି । ବିଦ୍ୟାଳୟ ହତା ଭିତରେ ମାଟି ପଡ଼ିବା ପାଇଁ ଯୋଜନା ହୋଇଥିବା ବେଳେ ଆଦୈା ମାଟି ପଡ଼ି ପାରିନାହିଁ । ଯଦ୍ୱାରା ବର୍ଷାଦିନେ ପାଣି ଜମି ରହି ପରିବେଶକୁ ସନ୍ତସନ୍ତିଆ ଓ କର୍ଦମାକ୍ତ କରି ରଖୁଛି । ଏଣେ ଶ୍ରେଣୀଗୃହକୁ ସଂଯୋଗ କରୁଥିବା ରାସ୍ତାରେ ମେଣ୍ଟାଲ୍ ଉଠି ଛାତ୍ରଛାତ୍ରୀ ପ୍ରତିଦିନ ଝୁଣ୍ଟିପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି । ବିଦ୍ୟାଳୟ ପରିଚାଳନା କମିଟି ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଏସବୁର ପ୍ରତିକାର ନିମନ୍ତେ ଲେଖି ଜଣାଇବା ସହିତ ଆଲେଚନା କରିଥିଲେ । କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ନାୟକ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଦିନେ ଦୁଇଦିନ ଭିତରେ ରାସ୍ତା ଓ ଆର୍ଥିଙ୍ଗ କାମ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହା ମଧ୍ୟରେ ସପ୍ତାହେ ବିତି ଯାଇଥିଲେ ମଧ୍ୟ କାମ ଆରମ୍ଭ କରୁନଥିବା ଅଭିଯୋଗ ହୋଇଛି ।

ଯାହାକୁ ନେଇ ଗ୍ରାମବାସୀ, ଅଭିଭାବକ ଓ ଆଲୁମିନି ସଦସ୍ୟମାନେ ଗଭୀର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଆଲୁମିନି ସଦସ୍ୟ ସରୋଜ ପଟ୍ଟନାୟକ, ଶେଖ୍ ମଜହର, ଅମଜାଦ୍ ଖାଁ, ସନ୍ତୋଷ ସାହୁ, କୁନା ସାହୁ ଓ ଲିଆକତ୍ ଅଲି ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିବା ସହ ଦୁଇ ତିନି ଦିନ ଭିତରେ ଯଦି କାମ ଆରମ୍ଭ କରାନଯାଏ ତେବେ ବାଧ୍ୟହୋଇ ଦୁର୍ଗାପ୍ରସାଦ ଓ ସିନ୍ଦୁରିଆ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଜଣାଇଛନ୍ତି । ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ବ୍ୟବସ୍ଥା ରହିଥିବା ବେଳେ ୩ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ନୟାଗଡ଼ ସହର ନିକଟସ୍ଥ ଏହି ବିଦ୍ୟାଳୟର ସମସ୍ୟାକୁ ଦୂରିଭୂତ କରାଯାଇପାରୁନଥିବା ବ୍ଲକ ପ୍ରଶାସନର ଦାୟିତ୍ୱ ହୀନତାକୁ ପଦାରେ ପକାଇଛି । ଏନେଇ କନିଷ୍ଠ ଯନ୍ତ୍ରୀ ଶ୍ରୀମତି ନାୟକଙ୍କୁ ପଚାରିବାରେ, ଯାହା ଅନୁଦାନ ଆସିଥିଲା କାମ ଶେଷ ହୋଇଛି । ନୂତନ ଅନୁଦାନ ଆସିବା ପରେ ବଳକା କାମ ହେବ ବୋଲି କହିଛନ୍ତି ।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026
ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

April 28, 2026
ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

April 28, 2026
ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!