ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକର ଗୋଟେ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ନୟାଗଡ଼ ବ୍ଲକ ସିନ୍ଦୁରିଆ ଗ୍ରାମ ପଞ୍ଚାୟତ ସିନ୍ଦୁରିଆ ଗ୍ରାମର ମହାନ୍ତି ସାହି ଓ ଛୋଟ ମସଜିଦ ସାହିକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଉକ୍ତ ଗ୍ରାମରେ ସଂକ୍ରମଣ ବଢ଼ୁଥିବାରୁ ତହସିଲଦାର ଭିକାରି ସାହୁ ଉକ୍ତ ସାହିକୁ ଆଜି ଦିନ ୨ଟା ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଉକ୍ତ ଦୁଇ ସାହିକୁ ବିଶୋଧନ କରାଯିବା ସହ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ଯାଞ୍ଚ କରାଯିବ । ଉକ୍ତ ଦୁଇ ସାହିର ଜନସାଧାରଣ ବାହାରକୁ ନ ବାହାରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି ।





