Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଧୁମ୍ ଧାମ୍ ରେ ପାଳିତ

by ସଞ୍ଜୟ ସ୍ୱାଇଁ
December 14, 2023
in Nayagarh, Sports, State
ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଧୁମ୍ ଧାମ୍ ରେ ପାଳିତ
148
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ୧୨ ଓ ୧୩ ଡିସେମ୍ବର ଦୁଇ ଦିନ ଧରି ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ୧୨ ତାରିଖ ପ୍ରାତଃ ସମୟରେ କ୍ରୀଡ଼ା ଉତ୍ସବର ମଶାଲ ଦୁର୍ଗାପ୍ରସାଦ ଜଳେଶ୍ଵର ଠାକୁରଙ୍କ ଠାରେ ପୁଜାର୍ଚ୍ଚନା ପରେ ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ କରକମଳରେ ଛାତ୍ରଛାତ୍ରୀଙ୍କ ହସ୍ତାନ୍ତର କରାଯାଇଥିଲା l ପରେ ପରେ ଷଷ୍ଠ ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ମଶାଲ ଶୋଭାଯାତ୍ରା ଦୁର୍ଗାପ୍ରସାଦ ଓ ସିନ୍ଦୁରିଆ ଗ୍ରାମ ପରିକ୍ରମା କରିଥିଲା l

ମଶାଲ ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଜିତେନ୍ଦ୍ର କୁମାର ଗୁରୁ, ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ, ବରିଷ୍ଠ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର, ନିଶାମଣି ମିଶ୍ର, ରଶ୍ମୀ ରଞ୍ଜିତା ବେହେରା ଓ ମଧୁସ୍ମିତା ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସନ୍ତୋଷ ସାହୁ, କୁନା ସାହୁ, ଦାଶରଥି ବେହେରା ଓ ଫକିର ପରିଡ଼ା ପ୍ରମୁଖ ଯୋଗଦେଇଥିଲେ l

ଖେଳ କୁଦ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଛାତ୍ରଛାତ୍ରୀଙ୍କ ଠାରୁ ଆଲୁମିନି କମିଟି ସଭାପତି ଭଗବାନ୍ ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ସୁଦର୍ଶନ ପ୍ରଧାନ ଛାତ୍ରଛାତ୍ରୀ ଙ୍କ ଠାରୁ ମଶାଲ ଗ୍ରହଣ କରି ସ୍ଥାପନା କରିଥିଲେ l ପରେ ପରେ ପ୍ରଧାନ ଶିକ୍ଷୟିତ୍ରୀ, ଝୁମୁରୀ ସାହୁ ବିଦ୍ୟାଳୟ ପ୍ରାଙ୍ଗଣରେ କ୍ରୀଡ଼ା ପତାକା ଉତ୍ତୋଳନ କରିବା ପରେ ବାର୍ଷିକ କ୍ରୀଡ଼ାର ଖେଳ ଇଭେଣ୍ଟ ଆରମ୍ଭ ହୋଇଥିଲା l

ସବ୍-ଜୁନିଅର (କ), ସବ୍-ଜୁନିଅର (ଖ), ଜୁନିଅର ଓ ସିନିୟର୍ ବିଭାଗରେ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀୱାରୀ ବଣ୍ଟନ କରାଯାଇ ପଚାଶ ମିଟର ଦୌଡ଼, ଲମ୍ବଡିଆଁ, ଅଖାଡିଆଁ, ଆଳୁ ଚାମଚ ରେସ୍, ଗଣିତ କଷା, ସୁଚି ସୂତା ରେସ, ସଟପୁଟ, ଜାଭେଲିନ ଫିଙ୍ଗା, ଶହେ ମିଟର ଦୌଡ଼ ଓ ଝିଅ ପିଲାଙ୍କୁ ନେଇ ମିଉଜିକ ଚେୟାର ପ୍ରଭୁତି ପ୍ରତିଯୋଗିତା ଆରମ୍ଭ ହୋଇଥିଲା l

ସମସ୍ତ ଖେଳକୁ ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ଓ କ୍ରୀଡ଼ା ଶିକ୍ଷକ ଜିତେନ୍ଦ୍ର ଗୁରୁ ପରିଚାଳନା କରିଥିବା ବେଳେ ବିଚାରପତି ଭାବରେ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ, ଜ୍ୟୋତିର୍ମୟୀ ରାଉତ, ସଲିମ୍ ଇବ୍ରାହିମ୍, ମଗ୍ନୁମ୍ ଜାହାଁ ଓ ତାଜୁଦ୍ଦିନ୍ ଖାଁ ପ୍ରମୁଖ ପରିଚାଳନା କରିଥିଲେ l ସହକାରୀ ଶିକ୍ଷୟିତ୍ରୀ ମିତାଞ୍ଜଳି ସାହୁ ଉଦ୍ଘୋଷିକା ଭାବରେ ଦାୟିତ୍ଵ ନିର୍ବାହନ କରିଥିଲେ l ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଖେଳକୁଦ ଉତ୍ସବକୁ ପ୍ରଧାନଶିକ୍ଷୟିତ୍ରୀ ସମ୍ପୂର୍ଣ୍ଣ ତଦାରଖ କରିଥିଲେ l

ଖେଳକୁଦ ଉତ୍ସବରେ ସମସ୍ତ ସହଯୋଗ ଦେଇଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନୟକ, ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ଓ ଆଲୁମିନି କମିଟିର ଉଭୟ ସଭାପତି ସମେତ ଏଥିରେ ସ୍ଥାନିତ ସମସ୍ତ ସଦସ୍ୟ/ସଦସ୍ୟା ଓ ଅଭିଭାବକ ସମେତ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ l

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!