Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଯୁବ ତଥା ସବୁଜ ବାହିନୀ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ପାଳିତ

by ସଞ୍ଜୟ ସ୍ୱାଇଁ
March 26, 2025
in Nayagarh, State
ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଯୁବ ତଥା ସବୁଜ ବାହିନୀ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ପାଳିତ
79
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଯୁବ ତଥା ସବୁଜ ବାହିନୀ କ୍ଳବ୍ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜଙ୍ଗଲ ସୁରକ୍ଷା, ଗଛର ଉପକାରିତା ଓ ପରିବେଶ ଉପରେ ଅନୁଷ୍ଠିତ ପୋଷ୍ଟର , ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ବାର ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଆଜିର କାର୍ଯ୍ୟକ୍ରମରେ ଓଡ଼ଗାଁ ଅଞ୍ଚଳର ବିଶିଷ୍ଟ ପରିବେଶବିତ୍, ପ୍ରକୃତି ମିତ୍ର, ଅବସରପ୍ରାପ୍ତ ଶିକ୍ଷକ ବନ୍ଧୁ ତଥା ଶିକ୍ଷାବିତ୍ ସୁକାନ୍ତ କୁମାର୍ ଚୌଧୁରୀ, ବିଦ୍ୟାଳୟର ଆଲୁମିନି ସଭାପତି ଭଗବାନ୍ ଜେନା ଯଥାକ୍ରମେ ମୁଖ୍ୟ ଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l

ପ୍ରଧାନ ଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବରେ ପ୍ରକୃତି ମିତ୍ର ସୁକାନ୍ତ ଚୌଧୁରୀ ପରିବେଶ ସନ୍ତୁଳନ ପାଇଁ ଜଙ୍ଗଲ ସୃଷ୍ଟି, ଜୀବଜନ୍ତୁଙ୍କ ସୁରକ୍ଷା, ଜଳ ସଂରକ୍ଷଣକୁ ଗୁରୁତ୍ଵଦେବା ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହିତ ବିଶ୍ଵ ଉତ୍ତାପିକରଣର କାରଣ ଓ ପ୍ରଭାବ ଉପରେ ଉପାଦେୟ ବାର୍ତ୍ତା ଦେଇଥିଲେ l ଏଥି ସହିତ ପଲିଥିନ୍ ର ବ୍ୟବହାରକୁ ସମ୍ପୂର୍ଣ୍ଣ ବର୍ଜନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସୁପରାମର୍ଶ ଦେଇଥିଲେ l ପ୍ରାରମ୍ଭରେ ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ ପୂର୍ବକ ସଭିଁଏ ନିଜ ନିଜ ଜନ୍ମଦିନରେ ଗଛଟିଏ ଲଗାଇବା ପାଇଁ ଶପଥ ପାଠ କରାଇଥିଲେ l

ପରେ ପରେ ସହକାରୀ ଶିକ୍ଷୟିତ୍ରୀ ସୁଷମା ବିଶ୍ବାଳଙ୍କ ନିର୍ଦ୍ଦେଶନାରେ କୁନିକୁନି ପିଲାମାନେ ଗଛଲଗାଇବା ଓ ତା’କୁ ସୁରକ୍ଷାଦେବା ଉପରେ ଏକ ସଚେତନଧର୍ମୀ ନୃତ୍ୟ ପ୍ରଦର୍ଶନ କରିଥିଲେ ଯାହାକି ଖୁବ୍ ଚିତ୍ତାକର୍ଷକ ହୋଇଥିଲା l ସହକାରୀ ବିଜ୍ଞାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତ, ତ୍ରୀପୁରା ସେଠୀ ଓ ଇକୋ କ୍ଳବ୍ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍ ଙ୍କ ସମ୍ପୂର୍ଣ୍ଣ ସଂଯୋଜନାରେ ଆୟୋଜିତ ଉତ୍ସବରେ ତାଜୁଦ୍ଦିନ୍ ଖାଁ, ଅବଦୁଲ୍ ୱାହିଦ୍, ମଧୁସ୍ମିତା ସାହୁ, ସବିତା ପଟ୍ଟନାୟକ, ନିଶାମଣି ମିଶ୍ର, ରଶ୍ମୀ ରଞ୍ଜିତା ବେହେରା ଓ ମଗ୍ନୁମ୍ ଜାହାନ୍ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁ ସମ୍ୟକ୍ ବକ୍ତବ୍ୟରଖି ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ପରିସମାପ୍ତି ପରେ ଆଲୁମିନି ସଭାପତି ଭଗବାନ୍ ଜେନା ଓ ମୁଖ୍ୟଅତିଥି ସୁକାନ୍ତ ଚୌଧୁରୀ ଉଭୟେ ଛାତ୍ରଛାତ୍ରୀଙ୍କ ଗହଣରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥିଲେ l

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!