Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିମିଳିପାଳରେ କଳା ବାଘ

by ସଞ୍ଜୟ ସ୍ୱାଇଁ
September 15, 2021
in Planning and Development, State
ଶିମିଳିପାଳରେ କଳା ବାଘ
165
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୫୦ ବର୍ଷ ପୂର୍ବରୁ ଯେବେ ଆଦିବାସୀମାନେ କହୁଥିଲେ ଶିମିଳିପାଳରେ କଳା ବାଘ ଅଛନ୍ତି ତାଙ୍କ କଥା କେହି ବିଶ୍ୱାସ କରୁନଥିଲେ। ହେଲେ ଆଧୁନିକ ଜ୍ଞାନ କୌଶଳର ବିକାଶ ହେବା ଏବଂ ପରେ ଜଙ୍ଗଲରେ କ୍ୟାମେରା ଲାଗିବା ପରେ ୨୦୦୭ରେ ଏହି ଅଦ୍ଭୁତ ଯନ୍ତୁ କଏଦ ହୋଇଥିଲା। କଳାବାଘ ଚିହ୍ନଟ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ଯାହାକୁ (mealanistic tiger) ମେଲେନିଷ୍ଟିକ୍ ବୋଲି କୁହାଯାଉଛି। ତେବେ ଏହି ବାଘମାନଙ୍କର କଳା ରଙ୍ଗ ପଛର ରହସ୍ୟକୁ ଖୋଜି ପାଇଛନ୍ତି ବୈଜ୍ଞାନିକ। ଜେନେଟିକ୍ ମ୍ୟୁଟେସନ ଯୋଗୁ ଏହି ବାଘଙ୍କ ରଙ୍ଗ କଳା ବୋଲି କୁହାଯାଇଛି। ଏପ୍ରକାର ବିରଳ ବାଘ ଦେଶର ଅନ୍ୟ କୌଣସି ଅଭୟାରଣ୍ୟରେ ଦେଖା ଯାଆନ୍ତି ନାହିଁ। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ବାୟୋଲୋଜିକାଲସାଇସେନ୍ସ(ଏନସିବିଏସ)ର ଇକୋଲୋଜିଷ୍ଟ ଡ.ଉମା ରାମ କ୍ରିଷ୍ଣନ୍ ଏବଂ ତାଙ୍କ ଛାତ୍ର ବିନୟ ସାଗର ଉଭୟ ଗବେଷଣା କରି ଏହା ପଛର ରାଜ୍କୁ ଉନ୍ମୋଚନ କରିଛନ୍ତି। ନ୍ୟସନାଲ ଏକାଡେମିକ ସାଇନ୍ସେସ୍ ପକ୍ଷରୁ ଏ ଜଣ୍ଣାଲରେ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ପ୍ରଜାତିର ୩୭ ପ୍ରତିଶତ ବାଘ କେବଳ ଶିମିଳିପାଳରେ ରହିଛନ୍ତି। ଏହି ବାଘ ଅଧିକ ହିଂସ୍ର ଓ ଏମାନେ ସାଧାରଣତଃ ନିଘଞ୍ଚ ଜଙ୍ଗଲରେ ଏକାନ୍ତରେ ରୁହନ୍ତି ଓ ବିଶେଷ ବାହାକରୁ ବାହାରନ୍ତି ନାହିଁ। ଅନ୍ୟବାଘର ଜିନ୍ ସହ ମିଶ୍ରଣ କରି ଗବେଷଣା ପରେ ଉପରୋକ୍ତ ତଥ୍ୟ ସାମ୍ନାକୁ ଆସିଥିଲା। ତେବେ ଏହି କଳାବାଘ ଭାରତରେ ଅନ୍ୟ କେଉଁଠି ବିଶେଷ ଦେଖା ଯାଆନ୍ତି ନାହିଁ ବୋଲି କୁହାଯାଇଛି। ବେଙ୍ଗଲ ଟାଇଗର ଗୁଡ଼ିକ ସିଙ୍ଗିଲ ବେଶଡ୍ ମ୍ୟୁଟାଣ୍ଟ ହୋଇଥିବା ବେଳେ କଳାବାଘଙ୍କ କ୍ଷେତ୍ରରେ ଭିନ୍ନ ବୋଲି କୁହାଯାଇଛି। ୨୦୦୭ ମସିହାରେ ପ୍ରଥମେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ଏହି ବାଘ ଦେଖିବାକୁ ମିଳିଥିଲା। ଏମାନେ ବଂଶଗତ କାରଣରୁ ଦୁର୍ଲଭ ବୋଲି କୁହାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!