Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଫଟୋ ଉଠାଇବା ଘଟଣା, ମନ୍ଦିର ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ

by ସଞ୍ଜୟ ସ୍ୱାଇଁ
October 29, 2024
in Feature News
ବିବାଦରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇଲେ
197
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ଲିଙ୍ଗରାଜ ମନ୍ଦିରରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଭିଡିଓ ଭାଇରାଲ ଘଟଣା । ବିବାଦ ପରେ ଆକ୍ସନ ମୋଡକୁ ଆସିଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ସଂପୃକ୍ତ ସେବାୟତ ତଥା ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବ ବୋଲି କହିଛନ୍ତି ମନ୍ଦିର ପରିଚାଳନା ନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ ଜାରି ହେବ । ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେବାୟତ ସୁପରଭାଇଜର ରାଜକିଶୋର ମହାପାତ୍ର ଶିଳ୍ପାଙ୍କ ସହ ଭିଡିଓରେ ରହିଛନ୍ତି । ଟ୍ରଷ୍ଟବୋର୍ଡ ବୈଠକରେ ଏନେଇ ଆଲୋଚନା ହେବ ବୋଲି କହିଛନ୍ତି ମନ୍ଦିର ପରିଚାଳନା ଅଧିକାରୀ ରୂଦ୍ରନାରାୟଣ ମହାନ୍ତି । ଅନ୍ଯପଟେ ଏଣିକି ସିଂହଦ୍ବାର ନିକଟରେ କଡା ଚେକିଂ କରାଯିବ । ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ ଚେକିଂ କଡ଼ାକଡି ହେବ । ସେବାୟତମାନେ ଭିତରକୁ ଆଣ୍ଡ୍ରଏଡ୍ ଫୋନ ନ ନେବା ପାଇଁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ ରୁଦ୍ରନାରାୟଣ ମହାନ୍ତି । ଗତକାଲି ଲିଙ୍ଗରାଜ ମନ୍ଦିରରେ ଫଟୋ ଉଠାଇ ବିବାଦକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋମବାର ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଶିଳ୍ପା ଲିଙ୍ଗରାଜ ମନ୍ଦିର ବେଢ଼ା ଭିତରେ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲିଙ୍ଗରାଜ ମନ୍ଦିରକୁ ମୋବାଇଲ ବାରଣ କରାଯାଇଥିବା ବେଳେ ବଲିଉଡ ଷ୍ଟାର କିଭଳି ବେଢ଼ା ଭିତରକୁ ମୋବାଇଲ ନେଲେ ଆଉ ଫଟୋ ଉଠାଇଲେ ସେନେଇ ବିବାଦ ଉଠିଛି । ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ବେଳେ ତାଙ୍କର ଯାଞ୍ଚ ହୋଇଥିଲା କି ନାହିଁ ? ନା ସେଲିବ୍ରିଟିଙ୍କ ପାଇଁ ଅଲଗା ନିୟମ ? ଶିଳ୍ପାଙ୍କ ସହ ସେବାୟତ ରହି ଫଟୋ ଉଠାଇବାକୁ କିଏ ପ୍ରଶ୍ରୟ ଦେଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲିଙ୍ଗରାଜ ମନ୍ଦିରରେ ବାରମ୍ବାର ଏଭଳି ଆଇନର ଉଲ୍ଲଙ୍ଘନ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ବୋଲି ଅଭିଯୋଗ ହେଉଛି।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!