ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସିକିମ୍ ବସ୍ ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପ୍ରତିକ୍ରିୟା । ବର୍ଷା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଆମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସାରିଛି । ଦୁଇ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା କରାଯାଉଛି । ବର୍ତ୍ତମାନ ସୁଦ୍ଧା ସୁଦ୍ଧା ୪ ଜଣ ଓଡିଆ ନିଖୋଜ ଅଛନ୍ତି । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ସେହିପରି ରଥ ଯାତ୍ରା ନେଇ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ରଥଯାତ୍ରାରେ ଚାଲିବ ସ୍ପେଶାଲ୍ ବସ୍। ଗତବର୍ଷ ଯେଉଁ ଭଳି ବ୍ୟବସ୍ଥା ରହିବ। ପରିବହନ ଜନିତ ସେବା ପାଇବାରୁ କେହି ବଞ୍ଚିତ ହେବେନାହିଁ। ମାଳତୀ ପାଟ ପୁର୍, ବରମୁଣ୍ଡା ଭଳି ପ୍ରମୂଖ ବସ୍ ଷ୍ଟାଣ୍ଡରେ ବସ ଗୁଡ଼ିକ ପ୍ରସ୍ତୁତ ରଖାଯାଉଛି। ବସ ଗୁଡିକରେ ପ୍ରଚୁର ପାଣି ମହଜୁଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସ୍କ ମଧ୍ୟ ରହିବ ।






