ନୟାଗଡ଼, (ବାଘୁଆବାର୍ତ୍ତା) : ଇଟାମାଟି ଶିକ୍ଷା, ବୈଷୟିକ ମହାବିଦ୍ୟାଳୟ ପରିସରରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ଅଧ୍ୟାପକ, ଅଧ୍ୟାପିକ, ଛାତ୍ରଛାତ୍ରୀ, ପ୍ରଶାସକ, ସମାଜସେବୀ, ସାମ୍ବାଦିକ ଏବଂ ଆଇନ ବିଶାରଦମାନଙ୍କୁ ନେଇ ଏହି ଦିବସ ପାଳିତ ହୋଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ସଭାପତିତ୍ୱରେ ମାନବାଧିକାର ସଂମ୍ପର୍କ ଏକ ଆଲୋଚନା ଚକ୍ର ‘ଆମ ଅଧିକାର ଆମ ବିକାଶ’ ଆୟୋଜିତ ହୋଇଛି । ଶିଶୁ ଅଧିକାର, ନାରୀ ଅଧିକାର, ଭାରତ ସମ୍ବିଧାନର ମୈାଳିକ ଅଧିକାର ସଂମ୍ପର୍କେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବ୍ଲକ ବିଡିଓ ମନୋଜ କୁମାର ପାତ୍ରଙ୍କ ସହ ଆଇନଜୀବୀ ଅମୀୟ ପଟ୍ଟନାୟକ, ସମାଜସେବୀ ଅରୁଣ ମହାନ୍ତି, ସାହିତ୍ୟିକ ଚନ୍ଦ୍ରବିଜୟୀ ମିଶ୍ର, ସାମ୍ବାଦିକ ପ୍ରଦୀପ କୁମାର ରଥ, ଶିକ୍ଷାବିତ୍ ଆଦିତ୍ୟ ପ୍ରସାଦ ମିଶ୍ର ପ୍ରଭୃତି ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।