Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୃଷକ ଆନ୍ଦୋଳନକୁ ସମର୍ଥନ କରି ନବଜାତସିଂ ସିଦ୍ଧୁ କଲେ ଅଭିନବ ପ୍ରୟାସ

by ସଞ୍ଜୟ ସ୍ୱାଇଁ
May 25, 2021
in NATIONAL NEWS
କୃଷକ ଆନ୍ଦୋଳନକୁ ସମର୍ଥନ କରି ନବଜାତସିଂ ସିଦ୍ଧୁ କଲେ ଅଭିନବ ପ୍ରୟାସ
132
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଦିଲ୍ଲୀ ସୀମାରେ ୬ ମାସ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜ ଘରଛାତରେ କଳା ପତାକା ଉଡାଇଲେ କଂଗ୍ରେସ ନେତା ନବଜାତସିଂ ସିଦ୍ଧୁ । ଦିଲ୍ଲୀ ସ୍ଥିତ ପଟିଆଲା ଓ ଅମୃତସରରେ ଥିବା ନିଜ ଘରର ଛାତ ଉପରେ କଳାପତାକା ଉଡାଇ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ସିଦ୍ଧୁ । ସେ କହିଛନ୍ତି କି ସରକାରଙ୍କ ଦ୍ୱାରା ପାରିତ ୩ଟି କଳା ଆଇନ ବିରୋଧରେ ପୁରା ପଞ୍ଜାବ ଲଢୁଛି । ଏହି ଆଇନ ମାଧ୍ୟମରେ କୃଷକଙ୍କ ଆମଦାନୀ ଶେଷ କରିଦେବାକୁ ସରକାର ଚେଷ୍ଟା କରିଛନ୍ତି । ଛୋଟ ବେପାରୀ ଓ କୃଷକଙ୍କ ପେଟରେ ଲାତ ମାରିବାକୁ ସରକାର ଏଭଳି ଆଇନ ଆଣିଛନ୍ତି । କ୍ରିକେଟ ଖେଳାଳୀରୁ ରାଜନେତା ପାଲଟିଥିବା ସିଦ୍ଧୁ ପଞ୍ଜାବର ପ୍ରତିଟି ଲୋକ କୃଷକ ଆନ୍ଦୋଳନକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କି ପଞ୍ଜାବର ବିକାଶ କେବଳ କୃଷକମାନଙ୍କ ଶ୍ରମ ଯୋଗୁଁ ହୋଇପାରିଛି । ସେ କହିଛନ୍ତି କି ସରକାର ଯେପର୍ଯ୍ୟନ୍ତ ଏହି କଳା ଆଇନକୁ ପ୍ରତ୍ୟାହାର ନକରିଛନ୍ତି ସେ ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ । କହିରଖୁ କି ସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ଆଇନକୁ ବିରୋଧ କରି କୃଷକମାନେ ୬ ମାସ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ମେ ୨୬ ତାରିଖରେ ଆନ୍ଦୋଳନକୁ ୬ ମାସ ପୁରୁଥିବାରୁ କୃଷକମାନେ ଏହି ଦିନ ସାରା ଦେଶରେ କଳାଦିବସ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଏନେଇ ମହାରାଷ୍ଟ୍ର ଓ ପଞ୍ଜାବରୁ ହଜାର ହଜାର କୃଷକ ପୁଣି ଦିଲ୍ଲୀ ସୀମାରେ ଠୁଳ ହେଉଥିବା ଦେଖିବାକୁ ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!