ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଫାୟାର ସେଫ୍ଟି ସିକ୍ୟୁରିଟି ସଂସ୍ଥାରେ ଯୁବତୀଙ୍କୁ ଛୁରାମାଡ ଘଟଣା । କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ସେପଟେ ଏହି ଘଟଣାରେ ହତ୍ୟାକାରୀ ରମେଶ ବାରିକ୍ କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ତେବେ ଗିରଫ ପରେ ଜଣାପଡିଛି ଅସଲ ସତ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା ହୋଇଥିବା ସ୍ପଷ୍ଟ । ପ୍ରେମ ବ୍ୟାପାରକୁ ନେଇ ଗତ ୩ ଦିନ ତଳେ ଯୁବତୀଙ୍କୁ ହୋଇଥିଲା ଛୁରାମାଡ । ଏକତରଫା ପ୍ରେମରୁ ଯୁବତୀଙ୍କୁ ଛୁରୀ ଭୂଷି ହତ୍ୟା କରିଥିଲା ଅଭିଯୁକ୍ତ । ମୃତ ଯୁବତୀଙ୍କ ନାଁ ବୈଜୟନ୍ତୀ ସାହୁ, ତାଙ୍କ ଘର ଜଗତସିଂହପୁର। ମଞ୍ଚେଶ୍ୱର ଥାନା ଜିଜିପି କଲୋନିରେ କାମ କରୁଥିଲେ। ମଞ୍ଚେଶ୍ୱରରେ ମୃତ ଯୁବତୀ ଜଣଙ୍କ କାମ କରୁଥିଲେ । ସେହି ସଂସ୍ଥାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା ହତ୍ୟାକାରୀ ରମେଶ । ପ୍ରେମକୁ ପ୍ରତ୍ୟାଖ୍ୟାନ କରିବାରୁ ଚରମ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ବିଜୟିନୀ ଦୀର୍ଘଦିନ ହେବ ରସୁଲଗଡ଼ ଜିଜିପି କଲୋନୀରେ ରହି ନିକଟସ୍ଥ ଏକ ଅଫିସରେ ଚାକିରି କରିଥିଲେ । କିଛିଦିନ ହେବ ଉକ୍ତ ଅଫିସରେ କାମ କରୁଥିବା ସିକ୍ୟୁରିଟି ଗାର୍ଡ ତାଙ୍କୁ ଏକତରଫା ପ୍ରେମ କରି ବସିଥିଲେ । ମଉକା ଦେଖି ପ୍ରେମ ନିବେଦନ କରିଥିଲେ । ହେଲେ ବିଜୟିନୀ ତାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେବେଠାରୁ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡ ବିଜୟିନୀଙ୍କ ଉପରେ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ । ଗତ ମଙ୍ଗଳବାର ରଥଯାତ୍ରା ଦିନ ଅଫିସରେ କମ୍ କର୍ମଚାରୀ ଥିଲେ । ଏହି ସୁଯୋଗରେ ଅପରାହ୍ଣ ସାଢେ ୨ଟା ବେଳେ ସେ ବିଜୟିନୀଙ୍କୁ ପୁଣି ପ୍ରେମ ନିବେଦନ କରିଥିଲେ । ହେଲେ ବିଜୟିନୀ ଏହାର ପ୍ରତିବାଦ କରିବା ସହ ଗାଳି କରିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ସିକ୍ୟୁରିଟି ଗାର୍ଡ ଜଣକ ବିଜୟିନୀଙ୍କୁ ଏକାଧିକ ଥର ଛୁରି ଭୁସି ପକାଇଥିଲେ । ଫଳରେ ସେ ଗୁରୁତର ହୋଇ ଟଳି ପଡ଼ିଥିଲେ । ଏହା ଦେଖି ସିକ୍ୟୁରିଟି ଗାର୍ଡ ଫେରାର ହୋଇ ଯାଇଥିଲେ ।





