Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିବବିବାହ ପାଇଁ ଆଖଣ୍ଡଳମଣି ପୀଠରେ ବରଧରା ଶୋଭାଯାତ୍ରା ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
June 15, 2021
in Lifestyle, State
ଶିବବିବାହ ପାଇଁ ଆଖଣ୍ଡଳମଣି ପୀଠରେ ବରଧରା ଶୋଭାଯାତ୍ରା ଅନୁଷ୍ଠିତ
74
VIEWS
Share on FacebookShare on Twitter

ଚାନ୍ଦବାଲି, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଆରଡି ଆଖଣ୍ଡଳମଣି ପୀଠଙ୍କ ମନ୍ଦିରରେ ମଙ୍ଗଳବାର ବୈଦିକ ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କର ବିବାହ ଅନୁଷ୍ଠିତ ହେଉଛି। ଏଥିପାଇଁ ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତିକାନ୍ତି। ଭୋର ୪ଟାରେ ମନ୍ଦିର ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ହେବା ପରେ ହଳଦୀ, ଚନ୍ଦନ ଓ ସୁବାଷିତ ଜଳରେ ୨ୟ ମଙ୍ଗୁଳାନୀତି କରାଯାଇ ନବବସ୍ତ୍ର ଲାଗି କରାଯାଇଥିଲା। ତାହାସହ ମନ୍ଦିର ପ୍ରାଙ୍ଗଣରେ ଥିବା ମାତା ପାର୍ବତୀଙ୍କୁ ମଙ୍ଗୁଳାନୀତି କରାଯାଇ ନୂଆ ଶାଢୀ ପିନ୍ଧାଯାଇଥିଲା। ଚଳିତବର୍ଷ କୋଭିଡ କଟକଣା ଜାରୀ ରହିଥିବାରୁ ସୀମିତ ସେବାୟତଙ୍କ ଦ୍ୱାରା ଏକ ସୁସଜ୍ଜିତ ବିମାନରେ ବରଧରା ଶୋଭାଯାତ୍ରା ଆରମ୍ଭ ହୋଇଛି। ପୂର୍ବପରି ବାଜା, ବାଣ ଓ ରୋଷଣୀ ଉପରେ ପ୍ରଶାସନ ପକ୍ଷରୁ ଅଙ୍କୁଶ ଲାଗିଥିବାରୁ ମାଙ୍ଗଳିକ ବାଦ୍ୟ ଓ ଘଣ୍ଟଘଣ୍ଟା ଦ୍ୱାରା ମନ୍ଦିର ବେଢା ପରିକ୍ରମା କରାଯାଇ ବର ଘରେ ପହଁଚିବ। ସେଠାରେ ବୈଦିକ ରୀତିନୀତିରେ ବରଧରା ବରଣୀ କାର୍ୟ୍ୟ କରାଯିବା ପରେ ବରାନୁଗମନ ଶୋଭାଯାତ୍ରା କନ୍ୟାଘର ଅଭିମୁଖେ ବାହାରିବ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!