Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଡ଼ିଆସିଲା ସମୁଦ୍ର, ବୁଡ଼ିଲା ଶିଆଳି ବେଳାଭୂମି

by ସଞ୍ଜୟ ସ୍ୱାଇଁ
May 31, 2025
in State
ମାଡ଼ିଆସିଲା ସମୁଦ୍ର, ବୁଡ଼ିଲା ଶିଆଳି ବେଳାଭୂମି
113
VIEWS
Share on FacebookShare on Twitter

ଏରସମା, (ବାଘୁଆବାର୍ତ୍ତା) : ଏରସମାରେ ପୁଣି ସମୁଦ୍ରର ଉଗ୍ରରୂପ ଦେଖିବାକୁ ମିଳିଛି। ସ୍ଥଳଭାଗକୁ ପ୍ରାୟ ୨୦୦ ମିଟର ମାଡ଼ି ଆସିବା ଫଳରେ ଶିଆଳି ବେଳାଭୂମିରେ ନିର୍ମିତ ପାର୍କିଂସ୍ଥଳ ବୁଡ଼ିଯାଇଛି। ଫଳରେ ସେଠାରେ ଥିବା ୧୦ରୁ ଅଧିକ ଦୋକାନୀ ପ୍ରମାଦ ଗଣିଛନ୍ତି। ସମୁଦ୍ର ଅଧିକ ଅଶାନ୍ତ ହେଲେ ଏରସମାର ଅଧିକାଂଶ ଉପକୂଳିଆ ଗାଁରେ ପାଣି ପଶିବା ଆଶଙ୍କା ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଆଜି ଲହଡ଼ି କୂଳ ଲଂଘିବା ସହ ୨୦୦ ମିଟର୍ରୁ ଅଧିକ ଆଗକୁ ମାଡ଼ିଆସିଛି। ସମୁଦ୍ରକୁ ଲାଗିରହିଥିବା ଗ୍ରାମଗୁଡ଼ିକର ବାସିନ୍ଦା ଭୟଭୀତ ଅବସ୍ଥାରେ ରହିଥିବା ବେଳେ ପ୍ରଶାସନ ତରଫରୁ କୌଣସି ସଚେତନତା କରାଯାଇ ନାହିଁ। ପୂର୍ବରୁ ହାୱାଖାନାରୁ ଜଟାଧାରୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳରେ ପଥରବନ୍ଧ ନିର୍ମାଣ ପାଇଁ ଏରସମାବାସୀ ଓ ଉପକୂଳ ସୁରକ୍ଷା ସମିତି ପକ୍ଷରୁ ବାରମ୍ବାର ଦାବି କରାଯାଇଆସୁଛି। ମାତ୍ର ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସମୁଦ୍ର କୂଳରେ ରହିଥିବା ଝାଉଁ ଜଙ୍ଗଲ ମଧ୍ୟ କ୍ଷୟ ହେବାରେ ଲାଗିଛି। ଏହା ପୂର୍ବରୁ ସମୁଦ୍ର କୂଳ ଲଂଘିବାରୁ ଶିଆଳି ବେଳାଭୂମି ଭାବେ ପରିଚିତ ଭ୍ୟୁ ଟାୱାର୍ର ତଳ ଅଂଶ ଖାଇଯାଇଥିଲା। ଫଳରେ ପ୍ରଶାସନ ପକ୍ଷରୁ ତାହାକୁ ତୁରନ୍ତ ଭାଙ୍ଗି ଦିଆଯାଇଥିଲା। ହାୱାଖାନାଠାରୁ ରାମତରା ପର୍ଯ୍ୟନ୍ତ ଦୀର୍ଘ ୩ କିମି ବେଳାଭୂମି ମୁକୁଳା ପଡ଼ିଛି। ସମୁଦ୍ର କୂଳରେ ପଥରବନ୍ଧ ନିର୍ମାଣ କରାଯିବା ସହିତ ହେନ୍ତାଳ ବଣ ସୃଷ୍ଟି କରାଗଲେ ସମୁଦ୍ର ଜୁଆରକୁ ଅଟକାଯାଇପାରିବ। ହେଲେ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!