Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶିଆଳ ଡାକିଲାରେ..

by ସଞ୍ଜୟ ସ୍ୱାଇଁ
June 30, 2020
in Breaking, Crime, Nayagarh
ଶିଆଳ ଡାକିଲାରେ..
139
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ଭୟାବହତାକୁ ଦୃଷ୍ଟିରେ ଦେଇ ନୟାଗଡ଼ ବଜାର ସମେତ ସାରା ଜିଲ୍ଲାର ଦୋକାନ ବଜାର ଖୋଲିବା ନିୟମରେ ଜିଲ୍ଲାପାଳ ପରିବର୍ତ୍ତନ କରିଛନ୍ତି । ସକାଳ ୬ ଘଟିକାରୁ ଦିନ ୧ଟା ପର୍ଯ୍ୟନ୍ତ ଜିଲ୍ଲାରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ନିୟମ କରିଛନ୍ତି । ଏପରିସ୍ଥିତିରେ ନୟାଗଡ଼ ବ୍ୟବସାୟୀମାନେ କିନ୍ତୁ ସମୟ ଅପେକ୍ଷା ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳଙ୍କ ଡାକରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଦିନ ୧ଟା ବାଜିବା ପରେ ମଧ୍ୟ ବ୍ୟବାସାୟୀମାନେ ଦୋକାନ ବଜାର ବନ୍ଦ କରୁନଥିବା ବେଳେ ଏସ୍‌ଆଇଙ୍କ ଗୋଟିଏ ଡାକରାରେ ଧଡ଼ା ଧଡ଼ ଦୋକାନ ବନ୍ଦ କରୁଛନ୍ତି । ଟ୍ରାଫିକ ଛକରୁ ସାଇରନ୍ ମାରି ଡାକରା ଛାଡ଼ିଲେ ଓଡ଼ଗାଁ ରାସ୍ତା ପର୍ଯ୍ୟନ୍ତ ଥିବା ସବୁ ଦୋକାନରେ ସଟର୍ ପଡ଼ୁଥିବା ବେଳେ ଖଣ୍ଡପଡ଼ା ରାସ୍ତାର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପାଶ୍ୱର୍ରୁ ଡାକିଲେ ହାଟ ପଡ଼ିଆ ଯାଏଁ ସଟର୍ ପଡ଼ୁଥିବା ଦେଖିବାକୁ ମିଳୁଛି । ଦୋକାନୀଙ୍କ ଭିତରେ ଶିଆଳ ଡାକରାକୁ ନେଇ ଯେତିକି ଭୟ ରହିଛି, ଜଣେ କର୍ତ୍ତବ୍ୟ ପରାୟଣ ପୁଲିସ କର୍ମଚାରୀଙ୍କ ପାଇଁ ସେତିକି ସମ୍ମାନ ରହିଥିବା ଜଣାଯାଇଛି । ଅନ୍ୟପକ୍ଷେ, ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ଏସ୍‌ଆଇ ଧର୍ମେନ୍ଦ୍ର ଶିଆଳଙ୍କୁ ବିଗତ ଦିନର ରାମଶିଆଳଙ୍କ ସହ ତୁଳନା କରୁଛନ୍ତି । ସ୍ୱର୍ଗତ ଭାଗବତ ବେହେରା ମନ୍ତ୍ରୀ ଥିବା ବେଳେ ନୟାଗଡ଼କୁ ଜଣେ ଆପିଏସ୍ ଅଫିସର୍ ଏସଡିପିଓ ଭାବେ ଆସିଥିଲେ । ସେହି ସମୟରେ ଉକ୍ତ ଅଫିସର ଜଣଙ୍କ ପୁଲିସ କ୍ଷମତା ପ୍ରୟୋଗ କରି ନୟାଗଡ଼ର ବାତରା, ଚୋର, ଖଣ୍ଡ ତଥା ଅସମାଜିକ ବ୍ୟକ୍ତିଙ୍କ ବ୍ୟାଣ୍ଡ ବଜାଇ ଦେଇଥିଲେ । ନୟାଗଡ଼ ବାସୀ ଉକ୍ତ ଆପିଏସ୍ ଅଫିସରଙ୍କ କାର୍ଯ୍ୟ କରିବାର ଢଙ୍ଗ ଏବଂ ଦକ୍ଷତାକୁ ନେଇ ତାଙ୍କୁ ରାମଶିଆଳ ନାମ ଦେଇଥିଲେ । ଉକ୍ତ ରାମଶିଆଳଙ୍କ କାର୍ଯ୍ୟକୁ ଆଜି ପର୍ଯ୍ୟନ୍ତ ନୟାଗଡ଼ ବାସୀ ମନେ ରଖିଥିବା ବେଳେ ଏବେ ଧର୍ମେନ୍ଦ୍ର ଶିଆଳଙ୍କୁ ଦେଖି ରାମଶିଆଳଙ୍କ କଥା ସ୍ମରଣ କରୁଛନ୍ତି । ୫ଟି ଓ ମୋ ସରକାର ଢାଞ୍ଚାକୁ ସଠିକ୍ ଆପଣାଇଥିବା ଏସ୍‌ଆଇ ଶିଆଳ, ରାମଶିଆଳ ନହୋଇ ପାରିଲେ ବି ଲୋକଙ୍କ ମନରେ ଅନେକ ଦିନ ରହିବେ ବୋଲି ଅନେକ ମତ ଦେଇଛନ୍ତି । ନିଜର ପୁଲିସିଆ ଢଙ୍ଗଠାରୁ ବହୁ ଦୂରରେ ଥିବା ଏବଂ ଲୋକ ସଂମ୍ପର୍କ ଦିଗରେ ବହୁ ଆଗରେ ଥିବା ଏହି ଏସ୍‌ଆଇଙ୍କ ଡାକରାକୁ ନେଇ ଏବେ ଲୋକେ କହୁଛନ୍ତି, ‘ଶିଆଳ ଡାକିଲାରେ’ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!