ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୁଲିସରେ ଏସଆଇ, ଏଏସଆଇ ଓ କନେଷ୍ଟବଳ ସ୍ତରରେ ଅଦଳବଦଳ କରାଯାଇଛି । ଦଶପଲ୍ଲା ଥାନାରେ କାର୍ଯ୍ୟରତ ଏସଆଇ ରମେଶ ଚନ୍ଦ୍ର ଜେନାଙ୍କ ଫତେଗଡ଼ ଥାନାକୁ ବଦଳି ହୋଇଛି । ଖଣ୍ଡପଡା ଥାନାରେ କାର୍ଯ୍ୟରତ ଏସଆଇ ଉପେନ୍ଦ୍ର ଡିଗଲଙ୍କର ଦଶପଲ୍ଲା ଥାନାକୁ ବଦଳି ହୋଇଛି । ଚାନ୍ଦପୁର ଥାନାରେ କାର୍ଯ୍ୟରତ ଏସଆଇ ବିରେନ୍ଦ୍ର କୁମାର ଦେହୁରୀଙ୍କର ବାଣିଗୋଛା ଥାନାକୁ ବଦଳି ହୋଇଛି । ଦର୍ପନାରାୟଣପୁର ଫାଣ୍ଡିରେ କାର୍ଯ୍ୟରତ ଏସଆଇ ସନ୍ତୋଷ କୁମାର ଦାସଙ୍କୁ ନୟାଗଡ଼ ଟାଉନ ଥାନାକୁ ବଦଳି କରାଯାଇଛି । ନୟାଗଡ଼ ଟାଉନ ଥାନାରେ କାର୍ଯ୍ୟରତ ଏସଆଇ ଭୀମସେନ ମଲୀକଙ୍କୁ ସରଣକୁଳ ଥାନାକୁ ବଦଳୀ କରାଯାଇଛି । ନୟାଗଡ଼ ଆରଓରେ କାର୍ଯ୍ୟରତ ଏସଆଇ ଶ୍ୟାମସୁନ୍ଦର ପ୍ରଧାନଙ୍କୁ ଚାନ୍ଦପୁର ବଦଳୀ କରାଯାଇଛି । ନୟାଗଡ଼ ଆରଓରେ କାର୍ଯ୍ୟରତ ଏସଆଇ ଶ୍ରୀନିବାସ ପ୍ରଧାନଙ୍କୁ ଖଣ୍ଡପଡା ଥାନାକୁ ବଦଳୀ କରାଯାଇଛି । ନୟାଗଡ଼ ଏସଡିପିଓ ଅଫିସରେ କାର୍ଯ୍ୟରତ ଏସଆଇ ଯଯାତିକେଶରୀ ସିହ୍ନାଙ୍କୁ ନୟାଗଡ଼ ଟାଉନ ଥାନାକୁ ବଦଳୀ କରାଯାଇଛି । ଫତେଗଡ଼ ଥାନାରେ କାର୍ଯ୍ୟରତ ଏଏସଆଇ ଦିଲ୍ଲୀପ କୁମାର ସେଠିଙ୍କୁ ଇଟାମାଟି ଥାନାକୁ ବଦଳୀ କରାଯାଇଛି । ରଣପୁର ଥାନାରେ କାର୍ଯ୍ୟରତ ଏଏସଆଇ ବିଶ୍ୱଭୁଷଣ ସିଂଙ୍କୁ ଦର୍ପନାରାୟଣପୁର ଫାଣ୍ଡିକୁ ବଦଳୀ କରାଯାଇଛି । ଇଟାମାଟି ଥାନାରେ କାର୍ଯ୍ୟରତ ଏଏସଆଇ ରାଜେନ୍ଦ୍ର ମାଝିଙ୍କୁ ଜଗନ୍ନାଥପ୍ରସାଦ ଫାଣ୍ଡିକୁ ବଦଳି କରାଯାଇଛି । ଇଟାମାଟି ଥାନାରେ କାର୍ଯ୍ୟରତ ଏଏସଆଇ ସିମାଞ୍ଚଳ ମଲ୍ଲିକଙ୍କୁ ସଦର ଥାନାକୁ ବଦଳି କରାଯାଇଛି । ବାଣିଗୋଛା ଥାନାରେ କାର୍ଯ୍ୟରତ ଏଏସଆଇ ଅଜିତ କୁମାର ରାଉତଙ୍କୁ ନୂଆଗାଁ ଥାନାକୁ ବଦଳୀ କରାଯାଇଛି । ନୟାଗଡ଼ ଆରଓରେ ଏଏସଆଇ ସାହା ଆଲାମ ଖାଁଙ୍କୁ ଗଣିଆ ଥାନାକୁ ବଦଳି କରାଯାଇଛି । ନୟାଗଡ଼ ଆରଓରେ କାର୍ଯ୍ୟରତ କନେଷ୍ଟବଳ ଦିଲ୍ଲୀପ କୁମାର ବେହେରାଙ୍କୁ ନୟାଗଡ଼ ଏସଡିପିଓ ଅଫିସକୁ ବଦଳି କରାଯାଇଛି । ନୂଆଗାଁ ଥାନାରେ କାର୍ଯ୍ୟରତ କନେଷ୍ଟବଳ ପ୍ରଭାତୀ ନାୟକଙ୍କୁ ନୟାଗଡ଼ ଆରଓକୁ ବଦଳୀ କରାଯାଇଛି ।