ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଶରଣକୂଳ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ଗତକାଲି ମୃତ୍ୟୁ ବରଣ କରିଛନ୍ତି । ଏଥିସହିତ ଏହି ବ୍ୟାଙ୍କର ଦୁଇ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଯାହାକୁ ନେଇ ଓଡ଼ଗାଁ ତହସିଲଦାର ବିଜେୟିତା ସାମନ୍ତସିଂହାର ବ୍ୟାଙ୍କକୁ ଦୁଇ ଦିନ ସଟ୍ଡାଉନ୍ ଘୋଷଣା କରିଥିବା ଜଣାଯାଇଛି ।






