ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ ଭୟାବହ ଋପ ଧାରଣ କରିଥିବା ବେଳେ ଏବେ ଗ୍ରାମାଞ୍ଚଳରେ କରୋନା ପହଂଚି ସାରିଲାଣି । ନୟାଗଡ଼ ଜିଲ୍ଲା ସଦର ବ୍ଲକ ନାଟୁଗାଁ ପଂଚାୟତରୁ ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ସରପଂଚ ପଂଚାୟତକୁ ୪ ଦିନ ସଟ୍ଡାଉନ୍ ଘୋଷଣା କରିଛନ୍ତି । ୧୮ ତାରିଖ ସକାଳୁ ୨୧ ତାରିଖ ରାତି ୧୦ ଘଟିକା ସରପଂଚ ପଦ୍ମଚରଣ ଉଦୟଭାନୁ ପଂଚାୟତରେ କଟକଣା ଲଗାଇଛନ୍ତି । ଉକ୍ତ ପଂଚାୟତର ନାଟୁଗାଁ, ସାଲୁଣୀ, ସୁବଳୟା ଏବଂ ସଜନାପଡ଼ା ଗ୍ରାମକୁ ସରପଂଚ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏନେଇ ସରପଂଚ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା ଜଣାଯାଇଛି । ଏହି ସମୟ ମଧ୍ୟରେ ଗ୍ରାମର କୈାଣସି ଲୋକ ବାହାରକୁ ନବାହାରିବା ପାଇଁ ସରପଂଚ ପରାମର୍ଶ ଦେଇଥିବା ବେଳେ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଂଚାୟତକୁ କଣ୍ଟେନ୍ମେଣ୍ଟ କରିବା ପାଇଁ ଅଂଚଳବାସୀ ଦାବି କରୁଛନ୍ତି ।






