ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ ଭୟାବହ ଋପ ଧାରଣ କରିଥିବା ବେଳେ ଏବେ ଗ୍ରାମାଞ୍ଚଳରେ କରୋନା ପହଂଚି ସାରିଲାଣି । ନୟାଗଡ଼ ସଦର ବ୍ଲକ ଗମ୍ଭାରିଡିହି ପଂଚାୟତକୁ ଗମ୍ଭାରି ଗ୍ରାମରୁ ଦୁଇ ଜଣ ଏବଂ ବଣିଆ ସାହିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଗମ୍ଭାରିଡିହି ସରପଂଚ ୨ ଦିନ ଅର୍ଥାତ ଗମ୍ଭାରିଡିହି ଗ୍ରାମକୁ ସଟ୍ଡାଉନ୍ ଘୋଷଣା କରିବା ସହ ବଣିଆ ସାହିକୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ୧୫ ତାରିଖ ଅପରାହ୍ନ ୪ ଘଟିକାଠାରୁ ୧୭ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ଦୁଇ ଗ୍ରାମରେ ସରପଂଚ ଦିବାକର ମିଶ୍ର କଟକଣା ଲଗାଇଛନ୍ତି । ଏନେଇ ସରପଂଚ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିବା ଜଣାଯାଇଛି । ଏହି ସମୟ ମଧ୍ୟରେ ଗ୍ରାମର କୈାଣସି ଲୋକ ବାହାରକୁ ନବାହାରିବା ପାଇଁ ସରପଂଚ ପରାମର୍ଶ ଦେଇଥିବା ବେଳେ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।





