ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ରେ ସଂକ୍ରମଣ କମୁ ନଥିବା ବେଳେ ଅମାନିଆଙ୍କ ସଂଖ୍ୟା ବୃଦ୍ଧି ପାଉଛି । ରବିବାର ସଟ୍ଡାଉନ ଥିବା ବେଳେ ସିନ୍ଦୁରିଆରେ କିଛି ଅମାନିଆ ମାଛ ଓ ମାଂସ ଦୋକାନ ଖୋଲି କାରବାର କରୁଥିଲେ । ଖବରପାଇ ନୟାଗଡ଼ ତହସିଲଦାର ଭିକାରୀ ସାହୁ ଏବଂ ଟାଉନଥାନା ପୁଲିସ ଚଢ଼ାଉ କରିଥିବା ଜଣାଯାଇଛି । ସିନ୍ଦୁରିଆର ବିଭିନ୍ନ ଦୋକାନଙ୍କଠାରୁ ୩୬ ଶହ ଟଙ୍କା ଜୋରିମାନା ଆଦାୟ କରିଛି । ସେହିଭଳି ଭାବେ ଇଟାମାଟିରେ ରଘୁନାଥ ଟିୟୁଟୋରିଆଲକୁ ୨ ହଜାର ଏବଂ ଅନ୍ୟ ଏକ ରାସନ ଦୋକାନୀଙ୍କଠାରୁ ୧ ହଜାର ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି ।





