ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବ୍ଲକ ଜେମାଦେଇପୁର ପାଟଣା ପଂଚାୟତକୁ ସରପଂଚ ୩ ଦିନ ପାଇଁ ସଟ୍ଡାଉନ୍ କରିଥିବା ଜଣାଯାଇଛି । ୧୨ ତାରିଖ ସକାଳ ୬ ଘଟିକାଠାରୁ ୧୪ ତାରିଖ ରାତି ୧୦ ଘଟିକା ପର୍ଯ୍ୟନ୍ତ ସରପଂଚ ରୀନାବାଳା ପୃଷ୍ଟି ସଟ୍ଡାଉନ୍ ଘୋଷଣା କରିଥିବା ଜଣାଯାଇଛି । ଏହି ଅଂଚଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରପଂଚ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।






