ଓଡ଼ଗାଁ, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ଓଡ଼ଗାଁ ବ୍ଲକ ସୋଲପଟା ପଂଚାୟତର ସୋଲପଟା ଗ୍ରାମକୁ ସରପଂଚ ପୁଣିଥରେ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ପଂଚାୟତକୁ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଥମେ ସଟ୍ଡାଉନ୍ କରାଯାଇଥିବା ବେଳେ ଏବେ ପୁଣିଥରେ ୧୫ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି । ସରପଂଚ ସୁଶାନ୍ତ କୁମାର ଜେନା ଏହି କଟକଣା ଅବଧିକୁ ବୃଦ୍ଧି କରିଥିବା ବେଳେ କୋଭିଡ୍ କଟକଣା ମାନିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।





