ନୟାଗଡ଼, (ବାଘୁଆବାର୍ତ୍ତା) : ଆସନ୍ତାକାଲି ପାଳିତ ହେବାକୁ ଥିବା ସ୍ୱାଧିନତା ଦିବସରେ ପତାକା ଉତ୍ତୋଳନ ପାଇଁ ସାପ୍ତାହିକ ସଟ୍ଡାଉନ୍କୁ କୋହଳ କରାଯାଇଛି । ଶନିବାର ଦିନ ୧୧ଟା ପର୍ଯ୍ୟନ୍ତ ଜିଲ୍ଲାପାଳ ଡ. ପୋମା ଟୁଡୁ ସାପ୍ତାହିକ ସଟ୍ଡାଉନ୍ ଅବଧି କୋହଳ କରିଥିବା ବେଳେ ୧୦ ଜଣଙ୍କ ଉପସ୍ଥିତିରେ ସାମାଜିକ ଦୂରତା ଅବଲମ୍ବନ କରି ପତାକା ଉତ୍ତୋଳନ କରିବାକୁ ପରାମର୍ଶ ଦିଆଯାଇଛି ।






