ନୟାଗଡ଼, (ବାଘୁଆବାର୍ତ୍ତା) : ପବିତ୍ର ୭୩ ତମ ସ୍ୱାଧିନତା ଦିବସ ପାଇଁ ରାଜ୍ୟ ସରକାର ସଟ୍ଡାଉନ୍ କୋହଳ କରିଛନ୍ତି । ସରକାରଙ୍କ ସୂଚନା ମୂତାବକ, କରୋନା ମହାମାରୀ ପାଇଁ ଗଞ୍ଜାମ, ଖୋର୍ଦ୍ଧା, ଗଜପତି ,କଟକ ଓ ରାଉରକେଲା ମୁନିସିପାଲିଟି ରେ ସାପ୍ତାହନ୍ତ ସଟଡାଉନ ପାଳନ ହେଉଛି। ଏହି ପରିପ୍ରେକ୍ଷୀରେ ଶନିବାର ଦିନ ସ୍ୱାଧୀନତା ଦିବସ ଉପଲକ୍ଷେ ରାଜ୍ୟ ସରକାର କଟକଣା କୁ ଟିକେ କୋହଳ କରିଛନ୍ତି। ଦିନ ୧୧ ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲା ମାନଙ୍କରେ ପତାକା ଉତ୍ତୋଳନ ପାଇଁ କୋହଳ କରାଯାଇଛି। କୌଣସି ସ୍ଥାନରେ ୧୦ ରୁ ଅଧିକ ଲୋକ ଏକଜୁଟ ହୋଇ ପତାକା ଉତ୍ତୋଳନ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆହୋଇଛି। ସମସ୍ତଙ୍କୁ ସାମାଜିକ ଦୂରତା, ମାସ୍କ ଇତ୍ୟାଦି ନିୟମ ମାନିବାକୁ ପଡିବ। ଏହି ପ୍ରରିପେକ୍ଷିରେ ନୟାଗଡ଼ ଜିଲ୍ଲାରେ ଲାଗୁ କରାଯାଇଥିବା ସଟ୍ଡାଉନ୍କୁ ଶନିବାର କୋହଳ କରିବା ପାଇଁ ଦାବି ହେଉଛି ।






