କଟକ,(ବାଘୁଆବାର୍ତ୍ତା): ସି-ସୋର ଚିଟଫଣ୍ଡ ଠକେଇ ମାମଲାର ଆଜି ସ୍ୱତନ୍ତ୍ର ଅଦାଲତରେ ଶୁଣାଣି ହୋଇଛି । ଯେଉଁଥିରେ ସି-ସୋର ଚିଟଫଣ୍ଡ ସଂସ୍ଥାର ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ହେବା ନେଇ ଘୋଷଣା କରାଯାଇଛି । ସୂଚନାନୁସାରେ, ସି-ସୋର ଚିଟଫଣ୍ଡ ଠକେଇ ମାମଲାର ଆଜି କଟକରେ ଥିବା ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତରେ ସି-ସୋର ସଂପତ୍ତି ବାଜ୍ୟାପ୍ତି ହେବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରେ ସି-ସୋରର ୧୯୭ଏକର ଜମି, ୧୩୮୫ଗ୍ରାମ ସୁନା ଓ ୨କ୍ୱିଣ୍ଟାଲ ରୂପା ରହିିଥିବା ବେଳେ ବ୍ୟାଙ୍କରେ ଜମାଥିବା ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତି ହେବ ବୋଲି ଚିଟଫଣ୍ଡ ସ୍ୱତନ୍ତ୍ର ଅଦାତଲ ନିର୍ଦ୍ଦେଶ ଦେଇଛନ୍ତି । ସର୍ବମୋଟ ୬ ଶହ ୫୦ କୋଟି ଟଙ୍କାର ସଂମ୍ପତ୍ତି ବାଜ୍ୟାପ୍ତି ହେବ ବୋଲି ସୂଚନା ମିଳିଛି । ଏହାକୁ ସାଧାରଣରେ ନିଲାମ ଲାଗି ନିର୍ଦ୍ଦେଶ ଦିଆଯାଇଛି ।





