ମୁମ୍ବାଇ (ବାଘୁଆବାର୍ତ୍ତା): ବଲିଉଡ ଅନ୍ୟତମ ଶ୍ରେଷ୍ଠ ଗାୟିକା ଶ୍ରେୟା ଘୋଷାଲ ମା’ ହୋଇଛନ୍ତି । ଶନିବାର ଅପରାହ୍ନରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଆଉ ସୋଶିଆଲ ମିଡିଆ ଯୋଗେ ସେ ସମସ୍ତଙ୍କ ସହିତ ଏହି ଖବରଟିକୁ ଶେଆର କରିଛନ୍ତି । ଇନଷ୍ଟାଗ୍ରାମରେ ଏ ସଂପର୍କରେ ପୋଷ୍ଟ କରି ଶ୍ରେୟା ଲେଖିଛନ୍ତି ଯେ ମା’ ହେବା ପରେ ସେ ଯେଉଁ ଖୁସି ଅନୁଭବ କଲେ, ତାହା ପୂର୍ବରୁ କେବେ ଅନୁଭବ କରି ନଥିଲେ । ଏହା ସହିତ ଆଶୀର୍ବାଦ କରିଥିବାରୁ ସେ ତାଙ୍କର ଅସଂଖ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଓ ତାଙ୍କ ପରିବାର ବହୁତ ଖୁସି ଥିବା ସେ ଜଣାଇଛନ୍ତି । ଶ୍ରେୟାଙ୍କ ଏହି ପୋଷ୍ଟ ଦେଖିବା ପରେ ତାଙ୍କ ପାଖକୁ ଅଭିନନ୍ଦନ ସୁଅ ଛୁଟିଥିଲା । ବିଶାଇ ଦଦଲାନି, ଅଦିତି ଶର୍ମା ଓ ଦିଆ ମିର୍ଜାଙ୍କ ଭଳି ସେଲେବ୍ରିଟି ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଗତ ମାର୍ଚ୍ଚ ମାସରେ ଗର୍ଭବତୀ ଥିବା କଥା ସାର୍ବଜନୀନ କରିଥିଲେ ଶ୍ରେୟା ।






