ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପ୍ରକାଶ ପାଇଛି +୨ କଳା ଓ ଧନ୍ଦାମୁଳକ ଶିକ୍ଷାର ରେଜଲ୍ଟ । ନୟାଗଡ଼ ଜିଲ୍ଲାରେ କଳାରେ ୮୩.୦୪ ପ୍ରତିଶତ ପାଶ ହାର ହୋଇଛି । ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଶ୍ରୀଲକ୍ଷ୍ମୀ ସାହାଣି କଲେଜ ଟପ୍ପର ହୋଇଛନ୍ତି । ସେ ମୋଟ ୬୦୦ ମାର୍କରୁ ୫୩୪ ମାର୍କ ରଖିଛନ୍ତି । ସାହାଣି ନୟାଗଡ଼ର ସେମୋଟିକ ହଷ୍ଟେଲରେ ରହି ପାଠ ପଢୁଥିଲେ । ବଉଦ ଅଞ୍ଚଳର ଅନିତା ସାହାଣି ଓ ଶ୍ରୀକର ସାହାଣିଙ୍କର ଝିଅ । କଲେଜ ପକ୍ଷରୁ ତାଙ୍କୁ ସାଧୁବାଦ ଜଣାଯାଇଛି ।





