ନବରଙ୍ଗପୁର, (ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲ୍ଲାରେ ଆଜି ୩୭୮ କରନା ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ କରୋନ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ନିର୍ଦେଶ କ୍ରମେ ଡାବୁଗାଁ ଅଞ୍ଚଳରେ କରୋନା ମହାମାରିରୁ ସୁରକ୍ଷିତ ରହିବା ପାଇଁ କଡାକଡି ଭାବେ କଟକଣା ପାଳନ କରାଯାଇଛି । ବନ୍ଦ ନିଷ୍ପତି କୁ ସମର୍ଥନ ଜଣାଇ ସହରାଞ୍ଚଳରେ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ସଂପୂର୍ଣ୍ଣ ବନ୍ଦ ରହିଛି ଏବଂ ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏହା ପ୍ରକୃତରେ ସ୍ୱାଗତଯୋଗ୍ୟ । କେବଳ ଔଷଧ ଦୋକାନ ଗୁଡ଼ିକ ଖୋଲା ରହିଥିବା ବେଳେ ଯାନବାହନ ଚଳାଚଳ ପ୍ରାୟତଃ ସଂପୂର୍ଣ୍ଣ ବନ୍ଦ ରହିଛି । ଦୋକାନ ବଜାର ବନ୍ଦ ଯୋଗୁଁ ରାସ୍ତାଘାଟ ଶୂନଶାନ ଜଣାପଡୁଛି । ପୋଲିସ ପକ୍ଷରୁ ଆଇଆଇସି, ଡାବୁଗାଁ ତହସିଲଦାର ଏବଂ ବିଡ଼ିଓଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ମାସ୍କ ଓ ହେଲମେଟ ଚେକିଂ ଜାରି ରହିଥିବା ବେଳେ ଏଣେତେଣେ ବୁଲୁଥିବା ଅମାନିଆ ମାନଙ୍କୁ ସାବାଡ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ଉଦ୍ୟମ ଜାରି ରହିଛି । କେବଳ ଜରୁରୀକାଳୀନ ସେବା ଗୁଡିକ ଉପଲବ୍ଧ ହେଉଛି । ଡାବୁଗାଁ ସହ ବନ୍ଦର ପ୍ରଭାବ ନିକଟସ୍ଥ ଗ୍ରାମ ଗୁଡିକରେ ମଧ୍ୟ ପଡିଛି । ଜନଗହଳି ରହୁଥିବା ଡାବୁଗାଁ ଅଞ୍ଚଳ ଦୁଇଦିନ ଧରି ଜନଶୂନ୍ୟ ପାଲଟିଯାଇଛି ।






