ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଆଜି ଏକ ମୋବାଇଲ ଦୋକାନକୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସିଲ କରି ଦିଆଯାଇଛି । ପ୍ରଥମେ ଅମାନିଆ ହୋଇ ଲକଡାଉନରେ ଦୋକାନ ଖୋଲି ବ୍ୟବସାୟ କରୁଥିବା ଓମ ମୋବାଇଲ ରିପ୍ୟାର ସପକୁ ଜୋରିମାନା କରାଯାଇଥିଲା । ଜୋରିମାନା ପରେ ବି ମାଲିକ ଓମ ପ୍ରକାଶ ସାହୁ ନିଜର ଆଭିମୁଖ୍ୟ ବଦଳାଇ ନଥିବା ବେଳେ ଆଜି ତହସିଲଦାର ବିଜୟିତା ସାମନ୍ତ ସିଂହାର ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ଚଢ଼ାଉ କରି ମୋବାଇଲ ଦୋକାନକୁ ସିଲ କରି ଦେଇଥିବା ସୂଚନା ମିଳିଛି ।






