ଭୁବନେଶ୍ୱର (ବାଘୁଆବାର୍ତ୍ତା): ଚାକିରୀ ଦେବାକୁ କହି ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ । ଯୁବତୀଙ୍କୁ ଏକ ଭଡା ଘରେ ରଖି ତାଙ୍କର ଅଶ୍ଳୀଳ ଫିଲ୍ମ କରି ବ୍ଲାକମେଲ କରି ଶୋଷଣ କରୁଥିଲା ଯୁବକ । କେବଳ ସେତିକି ନୁହେଁ ଯୁବତୀଙ୍କ ବାହାଘର ଠିକ ହେବାରୁ ଶ୍ୱଶୁର ଘର ଲୋକଙ୍କୁ ବ୍ଲୁ ଫିଲ୍ମ ପଠାଇଦେବ ବୋଲି କହି ଧମକ ମଧ୍ୟ ଦେଉଥିଲା । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶରେ ରିୱାରେ । ସୂଚନାନୁସାରେ, ଜଣେ ୨୦ ବର୍ଷୀୟା ଯୁବତୀଙ୍କର କିଛି ମାସ ତଳେ ବାହାଘର ଠିକ ହୋଇଥିଲା । ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ଲାଭ ଉଠାଇବା ପାଇଁ ମହମ୍ମଦ ଅକବର ନାମକ ଜଣେ ଯୁବକ ତାଙ୍କ ସମ୍ପର୍କରେ ଆସିଥିଲେ । ମହମ୍ମଦ ଉକ୍ତ ଯୁବତୀଙ୍କୁ ଚାକିରୀ ଦେବା ଓ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ କରିବ ବୋଲି ଲୋଭ ଦେଖାଇଥିଲେ । ଏହା ପରେ ପୀଡିତାଙ୍କୁ ଏକ ଭଡା ଘରେ ରଖି ତାଙ୍କ ସହ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଯୁବତୀଙ୍କ ଅଶ୍ଳୀଳ ଭିଡିଓ କରି ତାହାକୁ ଭାଇରଲ କରିବାକୁ ମଧ୍ୟ ଧମକ ଦେଉଥିଲା । ତେବେ ଅତିଷ୍ଠ ହୋଇ ପୀଡିତା ଯୁବତୀ ଜଣଙ୍କ ରିୱା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହା ସହ ମହମ୍ମଦ ଆକବରର ମୋବାଇଲ ଜବତ କରିଛି ପୁଲିସ । ସାଇବର ସେଲରେ ଏବେ ଏହି ମାମଲାର ଯାଞ୍ଚ କରାଯାଉଛି ।






