ପାଣିକୋଇଲି, (ବାଘୁଆବାର୍ତ୍ତା): ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଶ୍ରୀହରି କଟେଜ୍ ଲଜ୍ରୁ ସେକ୍ସ ରାକେଟ୍ ଠାବ କରାଯାଇଥିଲା । ଏହି ଘଟଣାରେ ପୂର୍ବରୁ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରବିବାର ପୁଣି ଦୁଇଜଣ ଗ୍ରାହକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ କୋରେଇ ଥାନା ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତ ମାଳିବାଗ ଗ୍ରାମର ଅଲେଖ ବେହେରାଙ୍କ ପୁଅ ନିରଂଜନ(୩୪) ଓ ପାଣିକୋଇଲି ଥାନା ବଡ଼ବିରୁଆଁ ଗ୍ରାମର ଭଗବାନ ମାଝୀଙ୍କ ପୁଅ ଶ୍ରୀବତ୍ସ(୩୮) । କେସ୍ ନଂ ୨୦୦/୨୨ ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୦, ୩୭୦(କ) (୨) ଓ ୩, ୫, ୬ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ୍ ନାମଂଜୁର ହେବାରୁ ସେମାନଙ୍କୁ ରଗଡ଼ି ଜେଲ୍କୁ ପଠାଇ ଦିଆଯାଇଛି ।





