Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାଇ ପ୍ରୋଫାଇଲ ଯୁବତୀଙ୍କୁ ଫସାଇବା ପାଇଁ ଯୁବକଙ୍କ ନୂଆ ଫର୍ମୁଲା, ଶେଷରେ ବନ୍ଧା ହେଲେ

by ସଞ୍ଜୟ ସ୍ୱାଇଁ
June 8, 2021
in Crime, NATIONAL NEWS
ହାଇ ପ୍ରୋଫାଇଲ ଯୁବତୀଙ୍କୁ ଫସାଇବା ପାଇଁ ଯୁବକଙ୍କ ନୂଆ ଫର୍ମୁଲା, ଶେଷରେ ବନ୍ଧା ହେଲେ
1k
VIEWS
Share on FacebookShare on Twitter

ମୁମ୍ୱାଇ, (ବାଘୁଆବାର୍ତ୍ତା): ମ୍ୟାଟ୍ରିମୋନି ସାଇଟରେ ଫେକ ଆଇଡି ଖୋଲି ହାଇ ପ୍ରୋଫାଇଲ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ଟ୍ରାପ କରୁଥିଲେ। ଯୁବତୀମାନେ ପ୍ରେମ ଜାଲରେ ପଡିବା ପରେ ନିଜ ମନ୍ଦ ଉଦ୍ୟେଶ ସାଧିତ କରୁଥିଲେ। ଜଣେ କି ୨ଜଣ ନୁହେଁ ଏପରି ୧୨ରୁ ଅଧିକ ଯୁବତୀଙ୍କୁ ହନି ଟ୍ରାପରେ ଫସାଇ ଯୌନ ନିର୍ୟାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ୩୨ବର୍ଷୀୟ ଯୁବକ। ୪ ମାସରୁ ଉର୍ଦ୍ଧ ସମୟ ଧରି ଏହି ଯୁବକଙ୍କୁ ଖୋଜୁଥିବା ବମ୍ବେ ପୁଲିସ ତାଙ୍କୁ ମଲାଡ଼ ଅଞ୍ଚଳରୁ ଗିରଫ କରିଛି। ବହୁ ମଲ୍ଟିନ୍ୟାସନାଲ କମ୍ପାନୀରେ ଚାକିରି କରିସାରିଥିବା ଏହି ମେକାନିକାଲ ଇଂଜିନିଅର ଯୁବକ କରନ ଗୁପ୍ତା ଗିରଫ ହେବା ପରେ ତାଙ୍କ କଳା କାରନାମା ଉପରୁ ଉଠିଛି ପରଦା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯୁବକଜଣକ ପ୍ରଥମେ ମ୍ୟାଟ୍ରିମୋନୀ ସାଇଟରେ ଫେକ ଆଇଡି କରୁଥିଲେ। ଏହାପରେ ହାଇ ପ୍ରୋଫାଇଲ ଯୁବତୀଙ୍କୁ ଫସାଇ ସେମାନଙ୍କ ଫୋନ ନମ୍ବର ସଂଗ୍ରହ କରୁଥିଲେ। ବିଭିନ୍ନ ପର୍ବପର୍ବାଣୀରେ ରେଷ୍ଟୁରାଣ୍ଟ କିମ୍ବା ମଲକୁ ଡାକି ସେମାନଙ୍କୁ ସାକ୍ଷାତ କରୁଥିଲେ। ମିଟିଂ କହି ଡାକି ଯୁବକଜଣକ ସେମାନଙ୍କୁ ଯୌନ ଶୋଷଣ କରିବାକୁ ଚେଷ୍ଟା କରୁଥିଲେ। ଯୁବକଜଣକ ଖସି ଯିବା ପାଇଁ ସବୁବେଳେ ଅଲଗା ଅଲଗା ମୋବାଇଲ ନମ୍ବର ବ୍ୟବହାର କରୁଥିଲେ। ପ୍ରତି ଯୁବତୀଙ୍କ ସହ ମିଟିଂ ପୂର୍ବରୁ ସେ ନିଜ ସିମ ବଦଳାଇ ଦେଉଥିଲେ। ଏପରିକି କ୍ୟାବ ବୁକ କରିବାକୁ ସବୁବେଳେ ଭିନ୍ନ ନମ୍ବର ବ୍ୟବହାର କରୁଥିଲେ। ଏସବୁ କାମ ପାଇଁ ସେ ନିଜ ନାଁରେ ରେଜିଷ୍ଟ୍ରି ହୋଇଥିବା ନମ୍ବର ବ୍ୟବହାର କରୁନଥିବାରୁ ପୁଲିସ ହାତରେ ଧରାପଡି ପାରୁନଥିଲେ । ଗିରଫ ଯୁବକଙ୍କୁ ପୁଲିସ କୋର୍ଟରେ ହାଜର କରି ୪ଦିନିଆ ରିମାଣ୍ଡରେ ନେଇଥିବା ବେଳେ ତାଙ୍କ ଦ୍ୱାରା ନିର୍ୟ୍ୟାତିତ ହୋଇଥିବା ଯୁବତୀଙ୍କ ତାଲିକା ବେଶ ଲମ୍ବା ଥିବା ଜଣାପଡିଛି।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!