ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳରେ ସେକ୍ସ ରାକେଟ ଠାବ । ଚଢ଼ାଉ କରି ଢେଙ୍କାନାଳ ଟାଉନ ଥାନା ପୋଲିସ ଏହି ସେକ୍ସ ରାକେଟ ଠାବ କରିଛି। ପୋଲିସ ଦୁଇଜଣ ଯୁବତୀଙ୍କ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗତ କିଛି ବର୍ଷ ଧରି ଏଠାରେ ସେକ୍ସ ରାକେଟ ଚାଲିଥିଲା । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ କାଲଟାକ୍ସ ଅଂଚଳରେ ଚାଲିଥିଲା ଏହି ସେକ୍ସ ରାକେଟ। ଗତରାତିରେ ଟାଉନ୍ ଥାନା ପୋଲିସ ଏଠାରେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସ ଦୁଇଜଣ ଯୁବତୀଙ୍କ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଧରା ପଡିଥିବା ଦୁଇଜଣ ଯୁବତୀ ବାଲେଶ୍ଵର ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ଚଢାଉ ସମୟରେ ଗ୍ରାହକ ଖସି ପଳାଇଥିଲେ।





