ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭରତପୁର ଥାନା କଳିଙ୍ଗନଗର ଫେଜ୍-୨ରେ ଥିବା ଏକ ଓୟୋ ହୋଟେଲ୍ରେ ଚାଲିଥିଲା ସେକ୍ସ ର୍ୟା କେଟ୍ । ପୁଲିସ୍ ସେଠାରେ ଚଢ଼ଉ କରି ୨ ଦଲାଲଙ୍କୁ ଗିରଫ କରିବା ସହ ୮ ଜଣ ବଙ୍ଗୀୟ ଲଳନାଙ୍କୁ ଧରିଛି । ପୁଲିସ୍ ସେଠାରୁ ଅନେକ ବହୁ ଆପତ୍ତିଜନକ ଜିନିଷ ଜବତ କରିଛି । ଦଲାଲ୍ମାନେ ହେଲେ ଗଞ୍ଜାମର ସନ୍ତୋଷ ପ୍ରଧାନ ଓ ପୁରୀର ପ୍ରମୋଦ ପୃଷ୍ଟି । ଏହି ୨ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ପୁଲିସ୍ ଠାରୁ ମିଳିଥିବା ସୂଚନା ମୂତାବକ, ଦଲାଲ୍ ସନ୍ତୋଷ ଓ ପ୍ରମୋଦ ପୂଜା ବଜାରକୁ ଲକ୍ଷ୍ୟ କରି ପଶ୍ଚମବଙ୍ଗରୁ ୪୫ ଜଣଙ୍କ ଯୁବତୀଙ୍କୁ ଆଣି ସହର ବିଭିନ୍ନ ଅଞ୍ଚଳରେ ରଖି ଦେହ ବେପାର କରୁଥିଲେ । ପ୍ରତି ଯୁବତୀଙ୍କୁ ରଖିବା ଖାଇବାକୁ ଛାଡ଼ି ମାସକୁ ୨୦ ହଜାର ଟଙ୍କା ଦେବା କଥା ଛିଡିଥିଲା । ଏମାନଙ୍କ ଡିଲ୍ ହୋଇଥିଲା ଦୁର୍ଗା ପୂଜା ପର୍ୟ୍ୟନ୍ତ ରହିବା ପାଇଁ । ତେବେ ଏ ବିଷୟରେ କାହା ପାଖରେ ଖବର ନଥିଲା । କଳିଙ୍ଗନଗର ଫେଜ୍-୨ରେ ଥିବା ଏକ ୩ ମହଲା ଘରେ ଏମାନେ ଚଳାଇ ଥିଲେ ବେପାର । ସବୁ ଦିନ ଗ୍ରାହକଙ୍କ ଭିଡ଼ ଲାଗି ରହୁଥିଲା । ତେବେ ଓୟୋ ହୋଟେଲ୍ ଥିବାରୁ ସ୍ଥାନୀୟ ଲୋକ କିଛି ଟେର ପାଉନଥିଲେ । ଏମାନେ ପ୍ରତି ଗ୍ରାହକ ପିଛା ଘଣ୍ଟାକୁ ୩ରୁ ୪ ହଜାର ଟଙ୍କା ଲେଖାଏଁ ନେଉଥିଲେ । ସାରା ରାତି ପାଇଁ ୧୦ ହଜାର ଟଙ୍କା ଦରଦାମ ରହିଥିଲା । ଦୁଇ ଦିନ ତଳେ ଜଣେ ଗ୍ରାହକ ଠାରୁ ଦଲାଲ ସନ୍ତୋଷ ଅଧିକ ଟଙ୍କା ନେବାରୁ ସେ ସେଠାରୁ ଆସି ପୁଲିସ୍କୁ ଖବର ଦେଇଥିଲେ । ଭତରପୁର ଥାନା ଆଇଆଇସି ଘଟଣାର ବିଷୟରେ ଜାଣିବା ପାଇଁ ନିଜେ ଗ୍ରାହକ ହୋଇ ସେଠାକୁ ଯାଇଥିଲେ । ସେଠାରେ ଦେହ ବେପାର ଚାଲିଥିବା ଜାଣିବା ପରେ ଚଢ଼ଉ କରିଥିଲେ । ଏହି ସମୟରେ ୩ ଜଣ ଗ୍ରାହକ ବିବସ୍ତ୍ର ହୋଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୁଲିସ୍ ଉକ୍ତ ହୋଟେଲ୍ରେ ତାଲା ପକାଇଛି । ଆସନ୍ତାକାଲି ଦଲାଲ୍ଙ୍କୁ କୋର୍ଟ ଚାଲାଣ କରାଯିବ । ଲଳନାମାନଙ୍କୁ ସୁଧାର ଗୃହରେ ଛଡ଼ା ଯିବ ବୋଲି ପୁଲିସ୍ କହିଛି ।






