ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗିରରେ ଚାଲିଥିବା ସାହୁ ବ୍ରଦର୍ସର ମଦ ସାମ୍ରାଜ୍ୟ ଉପରେ ଆଜି ରେଡର ସପ୍ତମ ଦିନ। ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଯାଞ୍ଚ। କିଛି ଲୋକଙ୍କୁ ଡାକି ଆଇଟି ଅଧିକାରୀ ପଚରାଉଚରା କରିଥିଲେ। ସେହିପରି ଆଇଟି ଅଧିକାରୀ ସୋମବାର ଦିନ କାଗଜ ପତ୍ର ଯାଞ୍ଚ କରିବା ସହ ଖୋଳତାଡ଼ କରିଛନ୍ତି। ମଦ ବ୍ୟବସାୟୀ ସଂଜୟ ସାହୁଙ୍କ ସ୍ତ୍ରୀ ଆରତୀ ସାହୁଙ୍କ ଲକର ଖୋଲା ଯାଇଛି। ସନ୍ଦେହ ହେଲେ ପଚରାଉଚୁରା ସହ ଯାଞ୍ଚ କରୁଛନ୍ତି ଆୟକର ଅଧିକାରୀ। ସୋମବାର ରାତିରେ ଗୋଟିଏ ସ୍କୁଟି ରେ ଦୁଇ ଜଣ ବ୍ୟକ୍ତି ମଦଭାଟିକୁ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲେ। ତେବେ ସେମାନେ କିଏ ତାହା ଜଣାପଡିନଥିଲେ ମଧ୍ୟ ଲିଙ୍କକୁ ନେଇ କିଛି ପଚରାଉଚୁରା କରୁଥିବା ଜଣାପଡିଛି। ଅନ୍ୟପଟେ ମଙ୍ଗଳବାର ଦିନ ବଲାଙ୍ଗିର କ୍ଲବ୍ ପଡା ଘରେ ଆଇଟି ଅଧିକାରୀଙ୍କ ଗାଡ଼ି ଦେଖିବାକୁ ମିଳିଛି। ଟିଟିଲାଗଡ଼ରେ ମଧ୍ୟ ଆଇଟି ଅଧିକାରୀ ମାନେ ରହିଛନ୍ତି।





