Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଲେଶ୍ୱରରେ ସାତ ଦିନରେ ୨ ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
May 26, 2025
in Crime, State
ବାଲେଶ୍ୱରରେ ସାତ ଦିନରେ ୨ ଦୁଷ୍କର୍ମ
28
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଶାସନ ବ୍ୟବସ୍ଥା ହୁଗୁଳିଛି। ବିଭିନ୍ନ ସ୍ଥାନରେ ହତ୍ୟା, ଧର୍ଷଣ, ଚୋରି, ରାହଜାନି ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଗୋଟିଏ ସପ୍ତାହ ମଧ୍ୟରେ ଭୋଗରାଇ ଏବଂ ଜଳେଶ୍ୱର ଅଞ୍ଚଳରେ ଦୁଇ ନାବାଳିକା ସହ ଜଣେ ବିବାହିତ ମହିଳାଙ୍କ ଦୁଷ୍କର୍ମ ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଜଳେଶ୍ୱର ବ୍ଲକ୍ ଶ୍ୟାମନଗର ଅଞ୍ଚଳରେ ଜନୈକା ମାନସିକ ବିକୃତ ୧୪ ବର୍ଷର ନାବାଳିକା ଗତ ଶୁକ୍ରବାର ସକାଳେ ପାଇଖାନା ଯିବ କହି ଘରୁ ଯାଇଥିଲା ବେଳେ ଆଉ ଫେରି ନ ଥିଲା। ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ପାଇନଥିଲେ। ତା ପର ଦିନ ଗାଁ ଠାରୁ ୨୫ କିଲୋମିଟର ଦୂର ଘୋବରଘଟା ସିଟ ଛକଠାରେ ବସିଥିବା ଦେଖି ଗ୍ରାମବାସୀ ତାର ଠିକଣା ଜାଣିବା ପରେ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ। ନାବାଳିକା ଘରେ ପହଞ୍ଚିବା ପରେ ବଡ଼ ମା’ଙ୍କୁ ଦୁଷ୍କର୍ମ ସମ୍ପର୍କରେ କହିବା ପରେ ପରିବାର ଲୋକେ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଦୁଷ୍କର୍ମ ଆଶଙ୍କା କରି ରାଇବଣିଆ ଥାନାକୁ ଜଣାଇ ଥିଲେ। ସନ୍ଧ୍ୟାରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପରେ ରାଇବଣିଆ ଅଞ୍ଚଳର ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି । ଏହାର ଦୁଇଦିନ ପରେ ଭୋଗରାଇ ଥାନା ଅନ୍ତର୍ଗତ ଲଷ୍ମୀ ପାଟଣା ଅଞ୍ଚଳରେ ଜନୈକ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା ଅଭିଯୋଗ ହୋଇଛି। ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ସମ୍ପୃକ୍ତା ଛାତ୍ରୀଙ୍କୁ ଗଣ ବଳାକ୍ରାର କରି ହତ୍ୟା କରିଥିଲା ବେଳେ ଏହାକୁ ଆତ୍ମହତ୍ୟା ରୂପ ଦେବାପାଇଁ ଶୋଇବା ଘରେ ବେକରେ ରଶି ଲଗାଇ ଟାଙ୍ଗି ଦେଇଥିଲେ। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ଏହାପରେ ବ୍ଲକର ତାଳସାରି ଥାନା ଅଧୀନ ଉଦୟପୁର ଅଞ୍ଚଳରେ ଜୈନିକା ଜଣେ ବିବାହିତା ମହିଳାକୁ ଗତ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକ ନିସ୍ତୁକ ମାଡ଼ ମାରି ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଗୁରୁବାର ଦିନ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ତାଳସାରି ସାମୁଦ୍ରିକ ଥାନା ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇ ନଥିବା ଜଣାପଡ଼ିଛି। ତମାମ ଅଞ୍ଚଳରେ ଏଭଳି ଜଘନ୍ୟ ଅପରାଧ ଘଟୁଥିଲା ବେଳେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!